ପୁଷ୍ପା ଷ୍ଟାଇଲ ରେ କଇଁଚ ଚୋରା ଚାଲାଣ। ଏକ ନୁହଁ କି ଦୁଇ ନୁହଁ ପୁରା ବସ୍ତା ବସ୍ତା କଇଁଚ ଚାଲାଣ

Sep 30, 2024 - 22:42
 0  16
ପୁଷ୍ପା ଷ୍ଟାଇଲ ରେ କଇଁଚ ଚୋରା ଚାଲାଣ। ଏକ ନୁହଁ କି ଦୁଇ ନୁହଁ ପୁରା ବସ୍ତା ବସ୍ତା କଇଁଚ ଚାଲାଣ

ମାଲକାନଗିରି:ଲୋକ ଆବାଜ. ଇନ(ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ)

   ଖବର ମୁତାବକ ଆନ୍ଧ୍ର ପ୍ରଦେଶରୁ ଚିତ୍ରକୋଣ୍ଡା ସିମାନ୍ତ ଦେଇ ଏହି ସବୁ କଇଁଚ ମାଲକାନଗିରିକୁ ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ପାଇ ଚିତ୍ରକୋଣ୍ଡା ବନ କର୍ମଚାରୀ ମାନେ ଆନ୍ଧ୍ର ଓଡିଶା ସୀମାନ୍ତରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ଆଡୁ ଦ୍ରୁତ ଗତିରେ ଆସୁଥିବା ଏହି ପିକ ଅପ କୁ ଅଟକାଇଥିଲେ ପରେ ଏହି ପିକ ଅପକୁ ଯାଞ୍ଚ କରିବାରୁ ସେଠାରେ ଆଇସ ଡବା ରେ ବସ୍ତା ଗୁଡିକରେ କଇଁଛ ଗୁଡିକୁ ଚୋରା ଚାଲାଣ କାରୀ ମାନେ ରଖିଥିବାର ଦେଖିଥିଲେ ପରେ ଏହି ପିକଓପ ଗାଡ଼ିକି ଚିତ୍ରକୋଣ୍ଡା ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଯାଞ୍ଚ କରିବାରୁ ସେଠାରୁ ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଜୀଅନ୍ତା କଇଁଛ ରହିଥିବା ଦେଖିବାକୁ ପାଇଥିଲେ ।

ଏହି ଘଟଣାରେ ଚିତ୍ରକୋଣ୍ଡା ବନ ବିଭାଗ 2 ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ମାଲକାନଗିରି ଜିଲ୍ଲାର ଏମ୍ଭି 96 ଗ୍ରାମର ପ୍ରସନଜିତ ଘରାମି ଓ ସନ୍ଦୀପ ବେପାରୀ ବୋଲି ଜଣା ପଡ଼ିଛି ଜବତ କଇଁଛ ଓ ପିକଅପ ଗାଡିକୁ ଚିତ୍ରକୋଣ୍ଡା କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ ସୂଚନା ଦେଇଛନ୍ତି 

What's Your Reaction?

like

dislike

love

funny

angry

sad

wow