ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ

Aug 16, 2025 - 20:30
 0  62
ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ

ନୂଆପଡା:ଲୋକ ଆବାଜ. ଇନ (ରାମନାଥ ପଣ୍ଡା)

          ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୋଡ଼େନ,ଖଇରା ଓ ନାଗପଡ଼ା ଠାରେ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ କାର୍ଯ୍ୟକ୍ରମରେ ବି ଡି ଓ ସୁଶାନ୍ତ କୁମାର ରଣା,ସରପଂଚ ରଶ୍ମିତା ସିହ୍ନା,ସରପଂଚ କୈଳାସ ଚନ୍ଦ୍ର ଦଳ,ସରପଂଚ ଗମ୍ଭୀର ତାଣ୍ଡି,ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା,ହସ୍ତ ଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ,ଆର୍ ଏମ ସି ସେକ୍ରେଟାରୀ ଆର୍ଯ୍ୟ କୁମାର ମୁଦୁଲି,ବି ଆର୍ ସି ହେରାମ୍ୱ ବିଶ୍ଵାଳ,ଜି ପି ଡି ଓ ଭୀଷ୍ମ କୁମାର, ଏ ପି ଓ ରବି ନାରାୟଣ ରାଉତ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁର୍ଯ୍ଯୁ ହଂସ ଓ କ୍ଷମାନିଧି ସୁନାନି,ଜି ଆର୍ ଏସ ଯୋଗେନ୍ଦ୍ର ମାଝୀ,ମାନିତା ଜଗତ ଓ ନବୀନ ଘିଭେଲା ଯୋଗଦାନ କରିଥିଲେ ।ଉପରୋକ୍ତ ପଞ୍ଚାୟତ ମାନଙ୍କରେ ପ୍ଲାଷ୍ଟିକ ସଂଗ୍ରହ କରିବା ସହିତ ସଚେତନତା ସଭା ଆୟୋଜିତ ହୋଇ ଜନସାଧାରଣଙ୍କୁ ପ୍ଲାଷ୍ଟିକର ଅପକାରିତା ବିଷୟରେ ଅବଗତ କରିବା ସହ ପରିବେଶ ପାଇଁ ଗଛର ଆବଶ୍ୟକତା ଉପରେ ଟିପ୍ପଣୀ ପ୍ରଦାନ କରି ସଚେତନ କରାଯାଇଥିଲା ।ଖଇରା ମଦ ଭାଟି ବ୍ରାଞ୍ଚ ମ୍ୟାନେଜରଙ୍କୁ ସାକ୍ଷାତ କରି ଖୋଲା ମଦ ଜରି ଗୁଡ଼ିକ ରାସ୍ତାର ଦୁଇ ପାର୍ଶ୍ଵରେ ପଡ଼ି ରହୁଥିବା ବିଷୟରେ ଅବଗତ କରାଇ ପରବର୍ତ୍ତୀ ସମୟରେ ଏହି ଭୁଲ ନ କରିବାକୁ ତଥା ଡଷ୍ଟ ବିନ ବ୍ୟବହାର କରିବାକୁ ଚେତାବନୀ ଦିଆଯାଇଛି ।ଖଇରା ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନ କରି ଶପଥ ପାଠ କରାଇଥିଲେ। ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ୱାର୍ଡ ମେମ୍ବର,ଏସ ଏଚ୍ ଜି ମହିଳା, ଜନ ସାଧାରଣ ଏହି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ଲାଷ୍ଟିକ ସଂଗ୍ରହ କରିବା ଦେଖିବାକୁ ମିଳିଥିଲା ।

What's Your Reaction?

like

dislike

love

funny

angry

sad

wow