ପଲଶାଗୋରା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ମାଧ୍ୟମିକ କୁଇଜ ପ୍ରତିଯୋଗିତା

Sep 17, 2024 - 20:53
Sep 17, 2024 - 21:03
 0  66
ପଲଶାଗୋରା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ମାଧ୍ୟମିକ କୁଇଜ ପ୍ରତିଯୋଗିତା

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ସମଗ୍ର ଶିକ୍ଷା ବୌଦ୍ଧ ପ୍ରାୟୋଜିତ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ବ୍ଲକ ସ୍ତରୀୟ ମାଧ୍ୟମିକ କୁଇଜ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ କୁଇଜ ପ୍ରତିଯୋଗିତା ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଘାସିରାମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟନ୍ତ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ପ୍ରତିଯୋଗୀ ମନୋଭାବ ନେଇ ପାଠ ପଢିବାକୁ ମାର୍ଗଦର୍ଶନ କରିଥିଲେ |ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଉମାକାନ୍ତ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ |ପରେ ବ୍ଲକ ର ସମସ୍ତ ହାଇସ୍କୁଲ ରୁ 50ଜଣ ଛାତ୍ରଛାତ୍ରୀ କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିଲେ |ପରେ ପ୍ରଧାନ ଶିକ୍ଷକ ସଂଜୀବ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଯଥା କ୍ରମେ କାଜଲ କର୍ମୀ,(ଖଟଖଟିଆ ହାଇସ୍କୁଲ,)ଲିପ୍ସା ଦନ୍ତା (ଦପଲା ହାଇସ୍କୁଲ )ଓ ସଂଗୀତା ତ୍ରିପାଠୀ (ପଲଶାଗୋରା ହାଇସ୍କୁଲ )ପ୍ରମାଣ ପତ୍ର ଓ ଗୋଟିଏ ଲେଖାଏଁ ପୁସ୍ତକ ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow