ସରସ୍ବତୀ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ନୂଆପଡା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିର ନିଲଜି ଠାରେ ୭୯ ତମ ସ୍ୱାଧୀନତା ଦିବସ ଏବଂ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆୟକର କମିଶନର ମାନନୀୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ଚଟର୍ଜି ଯୋଗଦେଇ ଭାରତର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଚଟର୍ଜି ମହୋଦୟଙ୍କ ଧର୍ମପତ୍ନୀ ଶ୍ରୀମତୀ ସବିତା ଚଟର୍ଜି ଯୋଗଦାନ କରିଥିଲେ l ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାର ମୁଖ୍ୟ ଅତିଥିଙ୍କୁ ପତାକା ଉତ୍ତୋଳନ କରିବା ପାଇଁ ଆମନ୍ତ୍ରଣ କରିଥିଲେ l ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀ ଗଣ ଜାତୀୟ ସଂଗୀତ ଗାନ କରିଥିଲେ l ମୁଖ୍ୟ ଅତିଥି ଭାରତର ସ୍ୱାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଥିବା ମହାପୁରୁଷ ମାନଙ୍କ ଜୀବନ କାହାଣୀ କହି ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ l ଶେଷରେ ଆଚାର୍ଯ୍ୟ ସୁନେଶ୍ୱର ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ l
ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନର ବିରତି ପରେ ଶିଶୁ ମନ୍ଦିରର ବନ୍ଦନା କକ୍ଷରେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସଵ ପାଳନ କରାଯାଇଥିଲା l ଏହି ଅବସରରେ ହୋଇଥିବା ସାଂସ୍କୃତିକ ଓ ଧାର୍ମିକ ସଭାକାର୍ଯ୍ୟରେ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବାବେଳେ ପୁନର୍ବାର ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀଯୁକ୍ତ ଚଟର୍ଜି ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଚଟର୍ଜି ଏବଂ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, କୋଷାଧକ୍ଷ ଶ୍ରୀଯୁକ୍ତ ଓଂକାର ପାଣ୍ଡେ ଓ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଅତିଥିଗଣଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ଓ ନୈବେଦ୍ୟ ପ୍ରଦାନ ପୂର୍ବକ ଶ୍ରୀକୃଷ୍ଣ ମହାପ୍ରଭୁ ଓ ଅନ୍ୟାନ୍ୟ ଦେବାଦେବୀ ତଥା ଭାରତ ମାତାଙ୍କୁ ପୂଜନ କଲାପରେ ମହାପ୍ରଭୁଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା ।ଏହା ପରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବ ରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସଭାକାର୍ଯ୍ୟ ସଂଯୋଜନା କରିଥିଲେ , ସଭାଶେଷରେ ଆଚାର୍ଯ୍ୟ ବୀରଭଦ୍ର ସା ଧନ୍ୟବାଦ ଦେଇଥିଲେ l ସଭାପରେ ଶ୍ରୀକୃଷ୍ଣ, ବଳରାମ , ଶ୍ରୀରାଧା, ସୁଦାମା, ଯଶୋଦା, ଦେବକୀ, ବାସୁଦେବ ଆଦି ବେଶରେ ସଜ୍ଜିତ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ଦହିହାଣ୍ଡି ଭଗ୍ନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ସ୍ମୃତି ବୃକ୍ଷ ରୋପଣ କରିଥିଲେ l ପରେ ଅଖିଳେଶ ପାଣ୍ଡେଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଗୀତ ପରିବେଶିତ ହୋଇଥିଲା l କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆଚାର୍ଯ୍ୟ କ୍ଷୀରାଦ୍ରୀ ସୁନାନୀ, ବେଣୁଧର ନିଆଲ, ସରୋଜ ସୁନାନୀ, ଆଚାର୍ଯ୍ୟା ଡ଼ୁମେରମତୀ ଗହୀର, ପ୍ୟାରୀ ସା, ମିନା କୁମାରୀ ନାଗ, ତଥା ସଭ୍ୟା କୁମାରୀ ମାଝୀ ସହଯୋଗ କରିଥିଲେ l ଫରସ ରାମ ସା, ଦୀପକ ସା, ଧୀରେନ୍ଦ୍ର ସା, ଗିରିଧାରୀ ତାଣ୍ଡି , ନାମ ତାଣ୍ଡି ଏବଂ ଅନେକ ଅଭିଭାବକ / ଅଭିଭାବିକା ଉପସ୍ଥିତ ଥିଲେ l ଏହି ଅବସରରେ ଖବର ଓ ଫୋକସ ପ୍ଲସ ର ନୂଆପଡା ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପତ୍ରବନ୍ଧୁ ବାଗ ଏବଂ ଅନୁଧ୍ୟାନ ଖବର କାଗଜ ଓ ଟିଭି ସିନାପାଲି ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ତାମଣି ନେତାମ ଙ୍କୁ ମୁଖ୍ୟ ଅତିଥି ଓ ସଭାପତି ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ ।
What's Your Reaction?






