ଓଏଏସ ପରୀକ୍ଷାରେ ଖୁଣ୍ଟିଗୋରା ର ଆଜାଦ ସାହୁ ଟପ ୫ ରେଙ୍କରେ କୃତିତ୍ୱ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଓଏଏସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମର ୨୪ବର୍ଷୀୟ ଯୁବକ ଆଜାଦ ସାହୁ l ସେ ପଞ୍ଚମ ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି l ସେ ୨୦୧୪ରେ ସାହାରା ହାଇସ୍କୁଲ ସୋନପୁରରୁ ମ୍ୟାଟ୍ରିକ ପାସ କଲାପରେ ୨୦୧୬ରେ ଯୁବୋଦୟ କଲେଜ ବଲାଙ୍ଗିରରୁ ଯୁକ୍ତ ଦୁଇ ପାସ ଓ ୨୦୧୯ରେ ରାଜେନ୍ଦ୍ର କଲେଜ ବଲାଙ୍ଗିରରୁ ଯୁକ୍ତ ତିନି ପାସ କରିଛନ୍ତି l
୨୦୨୧ରେ ଉତ୍କଳ ୟୁନିର୍ଭସିଟି ଭୁବନେଶ୍ୱରରୁ ପିଜି ପାସ କରି ଦୁଇ ବର୍ଷ ହେବ ଦିଲ୍ଲୀରେ ରହି ଓପିଏସସି ପାଇଁ ପ୍ରସ୍ତୁତି କରୁଥିଲେ l ତାଙ୍କ ବାପା ଦିଗାମ୍ବର ସାହୁ ଜଣେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଏବଂ ମାଆ ଭୋଲେଶ୍ୱରୀ ସାହୁ ଜଣେ ସୁଗୃହିଣୀ ଅଟନ୍ତି l ଆଜାଦ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଦିନକୁ ୭ଘଣ୍ଟା ପରିଶ୍ରମ କରି ବିଭିନ୍ନ ଉପାଦେୟ ପୁସ୍ତକ ସହ ଇଂରାଜୀ ଖବର କାଗଜ ମଧ୍ୟ ପଢୁଥିଲେ l ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଏହି ସଫଳତାର ଶ୍ରେୟ ନିଜ ବାପା ମାଆ ସମେତ ବଡ଼ ଭଉଣୀ କଲ୍ୟାଣୀ ଓ ଲିଜାଲିଂ ଏବଂ ବଡଭାଇ ଆକାଶକୁ ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ୟୁପିଏସସି ପରୀକ୍ଷା ଦେଇ ଆଇପିଏସ ଅଧିକାରୀ ହେବାର ସ୍ବପ୍ନ ଦେଖୁଛନ୍ତି l ବର୍ତ୍ତମାନ ସେ ଡେପୁଟି କଲେକ୍ଟର ହେଲେ ବହୁତ ଖୁସି ହେବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l
What's Your Reaction?






