ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ର ପୁନର୍ଗଠନ

Oct 7, 2025 - 07:44
 0  23
ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ର ପୁନର୍ଗଠନ

ବୌଦ୍ଧ:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)  

ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ, ବୌଦ୍ଧ ଜିଲ୍ଲା ଶାଖାର ଜିଲ୍ଲା କମିଟିର ପୁନର୍ଗଠନ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି l ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଙ୍ଘର ଅବଜର୍ଭାର କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ସୁଜନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହରଭଙ୍ଗା ବ୍ଲକ ସଭାପତି ଜିତେନ୍ଦ୍ର ପ୍ରଧାନ, କଣ୍ଟାମାଳ ବ୍ଲକ ସଭାପତିଙ୍କ ପ୍ରତିନଧି ତିଳେଶ୍ଵର ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ l ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କର୍ମଚାରୀ ଯୋଗ ଦେଇ ନଅ ଜଣିଆ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା l ଜିଲ୍ଲା ସଭାପତି ରୂପେ ନବକିଶୋର ଦୀପ କାର୍ଯ୍ୟକାରୀ ସଭାପତି ବେଦବର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠି,ଅତିରିକ୍ତ ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଦାଶ, ସଂଗଠନ ସମ୍ପାଦକ ସତ୍ୟନାରାୟଣ ନାୟକ, ନିୟୋଜନ ସମ୍ପାଦକ ମହେଶ କୁମାର ସେଠି, ସାଂସ୍କୃତିକ ସମ୍ପାଦକ ଅଯତ୍ନ ଲୁହା, ଅର୍ଥ ବିଭାଗ ସମ୍ପାଦକ ରବୀନ ମଲ୍ଲିକ, ନିଯୁକ୍ତି, ସଂସ୍କୃତି ଓ ସାଙ୍ଗଠନିକ ଅତିରିକ୍ତ ସମ୍ପାଦକ ଛାୟାକାନ୍ତ କୁମ୍ଭାର ଏବଂ ଅଡିଟର ରୂପେ ଉତ୍ତମ ନାଏକ ମନୋନୀତ ହୋଇଥିଲେ l ମୁଖ୍ୟ ଉପେଦେଷ୍ଟା ରୂପେ କ୍ଷେତ୍ରବାସୀ ଭୋଇ,ରାଜକୁମାର ବେହେରା ଓ ରଞ୍ଜିତ ନାଏକଙ୍କୁ ଚୟନ କରାଯାଇଥିଲା l ବୈଠକରେ ଗିରିଜା ଶଙ୍କର ବାଘ, ରବୀନ୍ଦ୍ର ବେହେରା,ବେଦବ୍ୟାସ ବେହେରା, ମାନସ ରଞ୍ଜନ ନାଏକ, ଗୋପାଲ ମାଝୀ, ତେଜରାଜ କଂହର, ବିଜୟ କୁମାର ଦୀପ, ନିରଞ୍ଜନ ଭବସାଗର, ସଞ୍ଜୟ ନାଏକ, ସୁରେନ୍ଦ୍ର ମାଝୀ, ସତ୍ୟ ନାରାୟଣ ପ୍ରଧାନ ଭାଗିରଥି ଦୀପ, ସୁଧାଂଶୁ ଶେଖର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ l

What's Your Reaction?

like

dislike

love

funny

angry

sad

wow