ଗୁରୁତର ହର୍ଷବର୍ଦ୍ଧନଙ୍କୁ ଭେଟିଲେ , - ଉଚ୍ଚ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଲେ

Oct 10, 2025 - 21:56
 0  155
ଗୁରୁତର ହର୍ଷବର୍ଦ୍ଧନଙ୍କୁ ଭେଟିଲେ , - ଉଚ୍ଚ ଚିକିତ୍ସା ପାଇଁ  ପ୍ରତିଶ୍ରୁତି ଦେଲେ

ସର୍ଭିସ ଟୁ ମେନ୍ ଇଜ୍ ସର୍ଭିସ ଟୁ ଗଡ୍ ମହାମନ୍ତ୍ର କୁ ସାକାର କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

 ସୁବର୍ଣ୍ଣପୁର: ଲୋକ୍ ଆବାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

, ୧୦/୧୦ ବୟସ ମାତ୍ର ୧୫ ବର୍ଷ l ଚଳିତ ବର୍ଷ ମାଟ୍ରିକ ପାଠ ପଢୁଥିବା ହର୍ଷବର୍ଦ୍ଧନ ବେଶ ସୁସ୍ଥ ସବଳ ଥିବାବେଳେ ଗତ ମାସ ସେପ୍ଟେମ୍ୱର ୧୩ ତାରିଖ ସନ୍ଧ୍ୟା ବେଳେ ତାଙ୍କ ଜୀବନରେ ଘୋଟି ଆସିଲା ଏକ କଳା ବାଦଲ l ସୋନପୁର ସହରର ବଡ଼ବଜାର ର ବାଳକ ହର୍ଷବର୍ଦ୍ଧନ ସନ୍ଧ୍ୟା ବେଳେ ଖେଳକୁଦ ସାରି ଘରକୁ ପହଞ୍ଚିଲା ପରେ ହଠାତ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇପଡ଼ି ଥିଲା l ସଙ୍ଗେ ସଙ୍ଗେ ତାକୁ ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଡାକ୍ତରଖାନା ପରେ ସେଠାରୁ ବୁର୍ଲା ବଡ଼ ମେଡ଼ିକାଲ ପରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ କୁ ସ୍ଥାନନ୍ତରିତ କରଯାଇଥିଲା l ପରେ ବିବେକାନନ୍ଦ ହସ୍ପିଟାଲ ରେ କିଛି ଦିନ ଚିକିତ୍ସା କରାଯିବା ସହ କିଛି ଦିନ ଭିତରେ ହାର୍ଟ ଅପରେସନ କରିବାକୁ ଡାକ୍ତର ପରାମର୍ଶ କରିଥିଲେ l ଏ ନେଇ ଆର୍ଥିକ ସ୍ୱଚ୍ଛଳ ନ ଥିବା ପରିବାର ଭାଙ୍ଗିପଡିଥିଲେ l ଏବେ ହର୍ଷବର୍ଦ୍ଧନ କଥାବାର୍ତ୍ତା କରିପାରୁ ନ ଥିବା ବେଳେ ଡାହାଣ ପଟ ଅଙ୍ଗ ଠିକ୍ ଭାବରେ କାମ କରୁନାହିଁ ଏବଂ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଏବେ କେବଳ ଶୋଇକି ରହୁଛନ୍ତି ହର୍ଷବର୍ଦ୍ଧନ l ବାପା ଯୁଧିଷ୍ଠିର ସାହୁ ଦୀର୍ଘ ୩୦ ବର୍ଷ ହେବ ପେପର ହକର ତଥା ଏକ ଗଣମାଧ୍ୟମ ପ୍ରତିନିଧି ଭାବରେ ଏବେ କାର୍ଯ୍ୟରତ ଅଛନ୍ତି l ଏହି ଖବର ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜିଲ୍ଲାପାଳ ଶୁଣିବା ପରେ ତୁରନ୍ତ ହୃଦରୋଗ ଓ ସ୍ନାୟୁ ସମ୍ବନ୍ଧୀୟ ରୋଗରେ ଗୁରୁତର ଭାବେ ପୀଡ଼ିତ ଥିବା ହର୍ଷବର୍ଦ୍ଧନଙ୍କ ବାସଭବନକୁ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ଜିଲ୍ଲାପାଳ l ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାର୍ଟ ଅପରେସନ ପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ପାଇଁ ଘଟଣା ସ୍ଥଳ ରୁ ଯୋଗାଯୋଗ ରଖି ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ସ୍ଵାସ୍ଥ୍ୟ ବିଭାଗ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ରୋଗୀ ର ନିରୀହ ପିତାମାତାଙ୍କୁ ସାହାସ ଓ ଆତ୍ମ ବିଶ୍ବାସ ଯୋଗାଇଥିଲେ l ଜିଲ୍ଲାପାଳ ଙ୍କୁ ଦେଖି ପିଡୀତ ବାଳକ ଗୋଟେ ହାତ କୁ ଆସ୍ତେ ଉଠାଇ ନମସ୍କାର ଜଣାଇଥିଲା, ସେ ଦୃଶ୍ୟ କୁ ଦେଖି ଜିଲ୍ଲାପାଳ ଓ ସମସ୍ତ ସାମ୍ୱାଦିକ ଭାବ ବିହ୍ୱଳ ହୋଇ ପଡ଼ିଥିଲେ l ଏହି ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ହର୍ଷବର୍ଦ୍ଧନଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଜରିଆରେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତରୀ ଦଳ ସହ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ବିଚାର ବିମର୍ଶ କରିଥିବା ବିଷୟ ଖୋଦ ଜିଲ୍ଲାପାଳ ଙ୍କ ଠାରୁ ସୁଚନା ମିଳିଛି l ସଧାରଣ ଲୋକ ଙ୍କ ପରି ନିରାଡମ୍ବର ଭାବେ ଜୀବନ ଯାପନ କରୁଥିବା ଜିଲ୍ଲାପାଳ କେବେ କୁଷ୍ଠାଶ୍ରମ ତ କେବେ କେବେ ଭିନ୍ନକ୍ଷମ, ଜରାଶ୍ରମ ଅନୁଷ୍ଠାନ, ବେ- ସାହାରା ବ୍ୟକ୍ତି ଓ ଅନୁଷ୍ଠାନ ପାଖକୁ ପହଞ୍ଚି ତାଙ୍କ ଦୁଃଖ ବୁଝି ଜଣେ ଦରଦୀ ମଣିଷ ଭାବେ ପରିଚୟ ସୃଷ୍ଟି କରିଛନ୍ତି, ଉଦାରତା , ସମ୍ବେଦନଶୀଳତା ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ l "ସର୍ଭିସ ଟୁ ମେନ୍ ଇଜ୍ ସର୍ଭିସ ଟୁ ଗଡ଼" ମହା ମନ୍ତ୍ର କୁ ସାକାର କରିଛନ୍ତି, ଓ ସମାଜ ପାଇଁ ଦେଶ ପାଇଁ ଓ ଏ ଏସ, ଆଇ ଏ ଏସ ମହଲ ରେ ଏକ ଭିନ୍ନ ଉଦାହରଣ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ବୋଲି ଏକଥା ଏବେ ସହର ତଥା ଜିଲ୍ଲା ସବୁଠି ଚର୍ଚ୍ଚା ହେଉଛି l ଜିଲ୍ଲାପାଳ ଙ୍କ ସମେତ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ଉପ ସଭାପତି ବିବେକା ନନ୍ଦ ମିଶ୍ର, ସମ୍ପାଦକ ମହାଦେବ ମଲ୍ଲିକ, ରାଜ୍ୟ ସାଂଗଠାନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ସକ୍ରିୟ ସଦସ୍ୟ ସୁଭାଷ ଚରଣ ପଣ୍ଡା, ବିଜୟ ଆଚାର୍ଯ୍ୟ ପ୍ରମୁଖ ଅନେକ ସଦସ୍ୟ ଓ ସମାଜ ସେବୀ ଏହି କାର୍ଯ୍ଯ କ୍ରମ ରେ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow