ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଝିଅ ମୃତ: ଚାଳକ ଗୁରୁତର

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ):-
କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅନ୍ତର୍ଗତ ମ,ରାମପୁର - ଭବାନୀପାଟଣା ରାସ୍ତା ଗୋବର ବାହାଲୀ ଜୋର୍ ନିକଟ ରେ ଗତ ରାତି ପ୍ରାୟ ଦୁଇ ଘଂଟା ସମୟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଝିଅ ର ମୃତ୍ୟୁ ହେଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ମ,ରାମପୁର ଜଗନ୍ନାଥ ମନ୍ଦିର ପଡ଼ା ର ମାମୁନି ମାଝୀ(୨୦) ଓ ଗାଡ଼ି ଚାଳକ ସୁବ୍ରତ ଘିଭେଲା(୨୩) ଏକ ହୁଣ୍ଡାଇ କାର( ଗାଡ଼ି ନମ୍ବର୍ ଓ ଡି ୦୩ ଜେଡ୍ ୦୯୯୦)ରେ ଭବାନୀପାଟଣା ପଟେ ଯାଉଥିବା ବେଳେ ଦ୍ରୁତ ଗତି ରେ ଥିବା ଗାଡ଼ି ଟି ଭାରସାମ୍ୟ ହରାଇ ରାସ୍ତା କଡ ରେ ଥିବା ଏକ ଗଛ ରେ ଜୋର୍ ରେ ବାଡେଇ ହେଇ ଥିବା ଦେଖା ଯାଇଛି । ଘଟଣା ସ୍ଥଳରେ ହିଁ ମାମୁନି ର ମୃତ୍ୟୁ ହେଇଥିବା ବେଳେ ମୃତ ଶରୀର କୁ ବାହାର କରିବାକୁ ଅନେକ ସମୟ ଲାଗିଥିଲା । ଘଟଣା ସଂପର୍କ ରେ ଅଗ୍ନି ଶମ ବିଭାଗ ଖବର ପାଇ ଅଗ୍ନି ଶମ ଅଧିକାରୀ ଲବ ନାୟକ, ମୁଖ୍ୟ ଆଗ୍ନିକ ଚୈତନ୍ୟ ସାହୁ, ଆଗ୍ନିକ ପ୍ରେମାନନ୍ଦ ରଣା, ରାଜେନ୍ଦ୍ର ମହାନନ୍ଦିଆ, ସୁବାସ ମଲ୍ଲିକ, ସଚ୍ଚିଦାନନ୍ଦ ଧରୁଆ , ଚାଳକ ରଞ୍ଜନ ପାଣ୍ଡେ ଏହି ଉଦ୍ଧାର ରେ ସାମିଲ ହୋଇ ଥିଲେ । ତେବେ ଗୁରୁତର ଚାଳକ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି ଏବଂ ମୃତ ଦେହ କୁ ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି। ମ,ରାମପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
What's Your Reaction?






