ଓ ଏ ଏସ ପାଇଲେ କଲରାକୋଠା ର ସତ୍ୟ ସନାତନ ପାଣିଗ୍ରାହୀ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଓପିଏସ ସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ କଲରା କୋଠା ର ସତ୍ୟ ସନାତନ ପାଣିଗ୍ରାହୀ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ପଂଚାୟତ ର କଲରାକୋଠା ଗ୍ରାମର ଶଙ୍କର ପାଣିଗ୍ରାହୀ ଓ ବିରାଜିନୀ ଙ୍କର ସୁପୁତ୍ର ଅଟନ୍ତି l ସେ ପ୍ରଥମ ଥର ଓ ଏ ଏସ ପରୀକ୍ଷା ରେ ସଫଳ ହୋଇ ପିତା, ମାତା, ଜନ୍ମ ମାଟି ପାଇଁ ଗର୍ବ ଆଣି ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀ କଣ୍ଟାମାଳ ବିଦ୍ୟାଳୟ ହାଇସ୍କୁଲ, ଭୁବନେଶ୍ଵର କ୍ରିପଟନ ବିଜ୍ଞାନ କଲେଜ, ନିଟ ରାଏପୁର ରେ ବିଟେକ, ଆଇ ଆଇ ଟି ଖଡ଼ଗପୁର ରେ ଏମ୍ ଟେକ୍ କରିଥିଲେ l ଖବର ପ୍ରସାରିତ ହେବା ପରେ ସାରା ଜିଲ୍ଲା ରୁ ବନ୍ଧୁବାନ୍ଧବ ଗୁରୁଜନ ମାନଂକର ଶୁଭେଚ୍ଛା ର ସୁଅ ଛୁଟିଥିଲା l
What's Your Reaction?






