କଣ୍ଟାମାଲ ବିଜେପି ର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନବୈଠକ ଅନୁଷ୍ଠିତ

Aug 28, 2024 - 19:34
 0  75
କଣ୍ଟାମାଲ ବିଜେପି ର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନବୈଠକ ଅନୁଷ୍ଠିତ

କଣ୍ଟାମାଲ , ଲୋକ ଆବାଜ.ଇନ୍( ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଲ କଲ୍ୟାଣ ମଣ୍ଡପ ଠାରେ କଣ୍ଟାମାଲ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ ଅଧ୍ୟକ୍ଷତା ରେ ସଦସ୍ୟତାସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପର୍ଯ୍ୟବେକ୍ଷକ ଭାବେ ୪ ନଂ ଜ଼ିଲ୍ଲାପରିଷଦସଦସ୍ୟ ରାକେଶ ତ୍ରିପାଠୀ ଯୋଗ ଦେଇ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସଦସ୍ୟତା ସଂଗ୍ରହ ଅଭିଯାନ ଉପରେ ତାଲିମ ପ୍ରଦାନ କରଥିଲେ! ୨ ନଂ ଜ଼ିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ସଦସ୍ୟତା ଟାର୍ଗେଟ କୁ କିପରି ଅଧିକରୁ ଅଧିକ କରାଯିବ ସେ ଉପରେ ତାଙ୍କର ବକ୍ତବ୍ୟରଖିଥିଲେl ଅନ୍ୟ ମାନଙ୍କ ମଧରେ ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କୃଷ୍ଟ କହଁର , ବିଜେପି ର ବରିଷ୍ଠ ନେତା ଜେମାକାନ୍ତ ନାଏକ, ଖଲିଆପାଲି ସମିତି ସଭ୍ୟ କେଦାରନାଥ ସାହୁ, ଋଣ୍ଡିମହୁଲ ସମିତି ସଭ୍ୟ ଲିଙ୍ଗରାଜ ଦନ୍ତା, ସୁଶୀଲ ପୁରୋହିତ, ଦିବ୍ୟ ଶଙ୍କର ମହାକୁଡ଼, ଆଦିବାସୀ ନେତା ଡମ୍ବରୁଧର କହଁର ,ଶିତିକଣ୍ଠ ମିଶ୍ର, ଅନିରୁଦ୍ଧ କଳତା, ନିବାସ ମହାକୁଡ଼, ସୁନାଧାର ମଲିକ, ନିରଞ୍ଜନ ଷଡ଼ଙ୍ଗୀ, ପୂର୍ଣ୍ଣ ପଣ୍ଡା, ସତ୍ୟବାଦୀ ପ୍ରଧାନ, ରାଜୀବ ମିଶ୍ର, ବିଜୁ ସାହୁ, ଅଶୋକ ଖଟୁଆ, ଠାକୁର ନାଏକ, ସୁଶାନ୍ତ ବାଘ, ଗଣେଶ କର୍ମୀ, ଗୋପାଳ ପୁରୋହିତ, ସନତ ବାରିକ ସହ ସମସ୍ତ ବୁଥ, ଶକ୍ତି କେନ୍ଦ୍ର ରୁ ଶତାଧିକ  କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l 

What's Your Reaction?

like

dislike

love

funny

angry

sad

wow