ବଜ୍ରପାତରୁ ବାଟୋଇକୁ ରକ୍ଷା କରିବା ପାଇଁ ରାସ୍ତା ପାର୍ଶ୍ୱ ରେ ତାଳଗଛ ରୋପଣ
କଣ୍ଟାମାଲ, ଲୋକ ଆବାଜ. ଇନ( ବ୍ୟୁରୋ):
ସରକାରଙ୍କ ତାଳ ଗଛ ରୋପଣ କାର୍ଯ୍ୟ କ୍ରମର ଆହ୍ୱାନ ରେ ଅନୁପ୍ରାଣିତ ହୋଇ କଣ୍ଟାମାଲ ବ୍ଲକପଳସାଗୋରା ପଂଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ଗ୍ରାମର ଦୁଇ ଜଣ ଯୁବକ ଗଙ୍ଗାଧର ପଣ୍ଡା ଓ କମ୍ବୁ ସେଠି ଉଭୟ ନିଜେ ପରିଶ୍ରମ କରି ତାଳ ଗୋଟମl ସଂଗ୍ରହ କରି ଜୁନାନି -ଦପଳା ପିଚୁ ରାସ୍ତାର ଉଭୟ ପଟେ ତାଳ ଗଛ ରୋପଣ କରିଛନ୍ତି l ଆଜିକାଲି ଦୁନିଆ ନିଜ କାର୍ଯ୍ୟ କୁ କାଣ୍ଟ ଛାଣ୍ଟ କରି ସମୟ ବାହାର କରି ଏପରି ସାମାଜିକ କାର୍ଯ୍ୟ କରୁଥିବାରୁ ଜନ ସାଧାରଣ ପ୍ରଶଂସା କରିଛନ୍ତି l
What's Your Reaction?






