କଣ୍ଟାମାଲ ରେ ରେୟାର ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ପାଳିତ:

କଣ୍ଟାମାଳରେ ରେଆର ଅନୁଷ୍ଠାନ ପକ୍ଷରୁ ବିଶ୍ଵମହିଳା ଦିବସ ପାଳିତ ।
କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ନାରୀ ଆମ ସମାଜ ଗଠନ ରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ସତ, କିନ୍ତୁ ଆମ ସମାଜରେ ସେମାନେ ସଚେତିତ ଥିଲେବି ଅବହେଳିତ। ସେଥିପାଇଁ ତ ସମାଜରେ ମହିଳା ମାନେ ଅସୁରକ୍ଷିତ ମଣେ କରୁଛନ୍ତି। ଏକ ସୁନ୍ଦର ସମାଜର ଅଭିବୃଦ୍ଧି ପାଇଁ ମହିଳା ସୁରକ୍ଷା ଓ ସଚେତନତା ଏକମାତ୍ର ଉଦ୍ଦେଶ୍ୟ, ଏହି ଆକାଂକ୍ଷା କୁ ଆଖି ଆଗରେ ରଖି ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର ଦ୍ଵାରା ପରିଚାଳିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ଡେ କେଆର ଥେରାପି ସେଣ୍ଟର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ସହାୟତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସେଣ୍ଟର ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦାନ କରିବା ସହିତ ସ୍ଵତନ୍ତ୍ର ପ୍ରଶିକ୍ଷିକା ବୀଣାପାଣି ଲୁହା ଅତିଥି ଓ ଅଭିଭାବକ ମାନଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସମାଜସେବିକା ପାୟଲ ବାଇ ଅଗ୍ରୱାଲ, ସମାଜସେବି ସନ୍ତୋଷ ଅଗ୍ରୱାଲ ଓ ସୁଦାମ ଗାଇଗରିଆ ଅତିଥି ଭାବେ ଯୋଗଦେଇଥିଲେ । ସଦସ୍ୟ ସୋମନାଥ ସାହୁ ଆନ୍ତର୍ଜାତୀୟ ମହିଳା ଦିବସ ବିଷୟରେ "ସମସ୍ତ ମହିଳା ଏବଂ ବାଳିକାଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ ଉପରେ ବିବରଣୀ ପ୍ରଦାନ କରିଥିଲେ। ରେଆର ର ଖାଉଟି ପରାମର୍ଶ ଦାତା ସୁଦାମ ଗାଈଗରିଆ ଆଗାମୀ ପିଢ଼ି ର ମହିଳା ମାନଙ୍କୁ ସଶକ୍ତିକରଣ କରିବା ଓ ସେମାନଙ୍କ ଅଧିକାର ସହ ପି.ସି.ପି.ଏ. ଡି ଟି ଆକ୍ଟ ଓ ଡାହାଣୀ ବିରୋଧୀ ଆକ୍ଟ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହାପରେ ବୀଣାପାଣି ଲୁହା ମହିଳାମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ କିପରି ଠିକରେ ରହିବା ଏବଂ କିଛି ସାଧାରଣ ଶାରୀରିକ ବ୍ୟାଧି ଯଥା ପି.ସି.ଓ.ଡି, ଋତୁ ସ୍ରାବ ଜନିତ ଅନିୟମିତତା, ମେଦବହୁଲତା, ଥାଇରଏଡ ଆଦି ବିଭିନ୍ନ ଶାରିରୀକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହା ପରେ ରେଆର୍ ର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏକ ସଚେତନତା ନାଟକ "ସଂଘର୍ଷ" ପରିବେଷଣ କରିଥିଲେ ଓ କମିନା ନାୟକ ଏକ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ସଭା ଶେଷରେ ସୋମନାଥ ସାହୁ ଧନ୍ୟବାଦ୍ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସମୀର ପଟେଲ, ମମତା କୁମ୍ଭାର, ଟିକେଚନ ରଣା, ସୁପ୍ରଭା ଯାନି, ଚୌଧୁରୀ ବାରିକଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେl
What's Your Reaction?






