କଣ୍ଟାମାଳବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

Aug 18, 2025 - 19:02
 0  5
କଣ୍ଟାମାଳବ୍ଲକ ରେ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର  ଅନୁଷ୍ଠିତ

କଣ୍ଟାମାଳ:ଲୋକ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)

  କଣ୍ଟାମାଳ ବ୍ଲକ ସମ୍ବିଳନୀ କକ୍ଷଠାରେ ବୌଦ୍ଧ  ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।୧୦୩ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ୮୮ଟି ଓ ଗୋଷ୍ଟୀଗତ ୧୫ଗୋଟି ହୋଇ ଥିଲା l ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l କଣ୍ଟାମାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ବୟୋଜ୍ୟେଷ୍ଟ ବ୍ୟକ୍ତି ଙ୍କ ସ୍ଵାସ୍ତ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥଲା l ଯୁଗ୍ମଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ନୋଡାଲ ଅଧିକାରୀ ସୁଧର୍ମା ମଲିକ,ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ଦୀପ କୁମାର ଛୁଆଳସିଂ, ଜିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ,ସିଡିଏମଓ ସଂଘମିତ୍ରା ପଣ୍ଡା, ଡିଏସଏସଓ ରାଜିନ୍ଦ୍ର କିସାନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ବିଡ଼ିଓ ଶ୍ରୀମତୀ ସାମୀ ରେଡ୍ଡୀ ଜୟଶ୍ରୀ,ତହସିଲଦାର ଶ୍ରୀମତୀ ଶ୍ୱେତପଦ୍ମା ଯୋଶୀ,ଏବିଡ଼ିଓ ଗଙ୍ଗାଧର ମିଶ୍ର, ଡାକ୍ତର ମହେନ୍ଦ୍ର କୁମାର ସଏ,ଡାକ୍ତର ଜଗଦୀଶ ସେଠି, ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ,ଏପିଓ ସଂଜିତକୁମାର ମିଶ୍ର,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଜ୍ଞାନ ରଞ୍ଜନ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଆଚାରି,ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ,ସିଡିପିଓ ପଙ୍କଜିନୀ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ l ପିଇଓ ଜୟଦେବ ପ୍ରଧାନ, ଜ୍ଞାନ ରଞ୍ଜନ ମିଶ୍ର, ଧର୍ମ ବେହେରା, ନିରୋଜ କୁମାର ପାତ୍ର, ବିଆରସି ଅର୍ଜୁନ ଦାସ ଙ୍କ ସମେତ କଣ୍ଟାମାଳ ବ୍ଲକର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow