କଣ୍ଟାମାଳବ୍ଲକରେ ଜଳମିତ୍ର ମାନଙ୍କ 2ଦିନିଆଁ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

Mar 14, 2025 - 08:21
 0  84
କଣ୍ଟାମାଳବ୍ଲକରେ ଜଳମିତ୍ର ମାନଙ୍କ 2ଦିନିଆଁ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ କନଫରେନ୍ସ ହଲ ଠାରେ ଜଳମିତ୍ର ମାନଙ୍କର ଦୁଇ ଦିନିଆଁ ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛିl ଟ୍ରେନିଂ କାର୍ଯ୍ୟକ୍ରମ ରେ ତିନି ଗୋଟି ଗ୍ରାମ ପଂଚାୟତ ରେଙ୍ଗାଲି, ଋଣ୍ଡିମହୁଲ, ପଳଶାଗୋରା ଗ୍ରାମପଂଚାୟତ ର ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେl ଏହି କାଯ୍ୟ କ୍ରମକୁ ଟ୍ରେନର ମାନସ ରଞ୍ଜନ ଧଳ,RWSS ର ବିଆରସି ଅର୍ଜୁନ ଦାସ, ଏପିଓ ସଂଜିତ କୁମାର ମିଶ୍ର ପ୍ରମୁଖ ଜଳ ସଂରକ୍ଷଣ ଓ ବ୍ୟବହାର ଉପରେ ତାଲିମ ଦେଇଥିଲେl ଏହି ଟ୍ରେନିଂ 24ଗୋଟି ଗ୍ରା.ପ.ର ସମସ୍ତ ଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ,ଏହି ଜଳ ମିତ୍ର ଟ୍ରେନିଂ କଣ୍ଟାମାଳ ବ୍ଲକ ରେ କାମ କରୁଥିବା ମେଟ ଗାଁ ସାଥୀ ମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦେବା କୁ ଜଳ ମିତ୍ର ଭାବେ ଟ୍ରେନିଂ ଦିଆଯାଇଛିl ଏହି ଟ୍ରେନିଂ ସମୟରେ ବିଡିଓ ଶ୍ରୀମତୀ ସାମି ଜୟଶ୍ରୀ ରେଡି ଉପସ୍ଥିତ ରହି ଟ୍ରେନିଂ ର ପ୍ରମାଣ ପତ୍ର ଜଳ ମିତ୍ର ମାନଙ୍କୁ ପ୍ରଦାନ କରିଥିଲେ l ଏହି ଟ୍ରେନିଂ ରେ ଗାଁ ସାଥୀ ମେଟ ସଂଘ ବ୍ଲକ ସଭାପତି ଠାକୁର ଚରଣ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow