କର୍ଲାମୁଣ୍ଡା ଠାରେ ବିକଶିତ ଭାରତ,ବିକଶିତ ଓଡ଼ିଶାର ସଂକଳ୍ପ ସଭା ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ବିଭିନ୍ନ ଅଞ୍ଚଳ ଗ୍ରସ୍ତ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପ ଠାରେ ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ୧ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତ,ବିକଶିତ ଓଡ଼ିଶାର ସଂକଳ୍ପ ସଭା ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡ଼ିଶା ସରକାର ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ରାଜ୍ୟ ସଭା ସାଂସଦ ସୁଜିତ କୁମାର,ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ନର୍ଲା ବିଧାୟକ ପ୍ରାଥି ଅନିରୁଦ୍ଧ ପଧାନ,ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼,ବିକଶିତ ଭାରତ ବିକଶିତ ଓଡ଼ିଶାର ଜିଲ୍ଲା ସଂଯୋଜକ ଘନଶ୍ୟାମ ଗହୀର,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଜିଲ୍ଲା କାର୍ଯ୍ୟକାରି କମିଟି ସଭ୍ୟ ପଦ୍ମ ଲୋଚନ ମିଶ୍ର, ପ୍ରତାପ ରଣା, କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳା ମଣୀ ଭୋଇ,ଯୋରାଡ଼ବରା ମଣ୍ଡଳ ସଭାପତି ଜତୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ।ସଭା କାର୍ଯ୍ୟ ରେ ବିଜେପି କର୍ମି ରାଜେନ୍ଦ୍ର ନାରାୟଣ ମିଶ୍ର ସଂଯୋଜନା କରିଥିଲେ।ଏଥିରେ ବିଜେପି ନେତା ଗଣେଷ କୁମାର, ଗୋବିନ୍ଦ ସାହୁ,ଟିକେଧର ରଣା, ବନ ମାଳି ସାହୁ,ଜୟନ୍ତୀ ସାହୁ,ପ୍ରଭାତୀ ଭୋଇ,ପୁଷ୍ପକାନ୍ତି କୁମାର,ଅବନୀ ସାହୁ,ଶୁଭ୍ରାଂଶୁ ସାହୁ,ଚିତ୍ରସେନ ସାହୁ,ଲିଙ୍ଗରାଜ ସାହୁ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ଏହା ପରେ ମନ୍ତ୍ରୀ କର୍ଲାମୁଣ୍ଡା ନିର୍ମାଣ ଧୀନ ଡାକ୍ତର ଖାନା କୁ ପରିଦର୍ଶନ କରି ବୃକ୍ଷ ରୋପଣ କରିଥିଲେ। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ରିଷିଡା ଅଞ୍ଚଳ କୁ ଗ୍ରସ୍ତ କରିଥିଲେ।ଏଥିରେ ରିଷିଡା ଜନ ସାଧାରଣ ପକ୍ଷରୁ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ରିଷିଡା ଡାକ୍ତର ଖାନା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଡାକ୍ତର ଖାନା ରେ ଆବଶ୍ୟକ ପଦଵୀ ପୂରଣ ସାଙ୍ଗକୁ ରୋଗୀ ଶଯ୍ୟା ସଂଖ୍ୟା ବୃଦ୍ଧି ଭଳି ଦାବି ଗୁଡ଼ିକ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ
What's Your Reaction?






