*କଣ୍ଟାମାଳ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ

Apr 6, 2025 - 18:34
 0  5
*କଣ୍ଟାମାଳ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ 

କଣ୍ଟାମାଳ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସ ରେ ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ ଆଜି କଣ୍ଟାମାଳ ବ୍ଲକ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ସକାଳ ୮ଘଟିକା ସମୟରେ ଐତିହ ପୀଠ ରାମ ମନ୍ଦିର, ଶିବମନ୍ଦିର, ଶନିମନ୍ଦିର ଓ ହନୁମାନ ମନ୍ଦିର ପୀଠ ରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl ଏହି ସଫେଇ କାର୍ଯ୍ୟ କ୍ରମରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ମହନ୍ତ,କନିଷ୍ଠ ଯନ୍ତ୍ରୀ ଇଂ ଦିବ୍ୟଲୋଚନ ନାୟକ, ଇଂ କାଂହୁ ଚରଣ ସ୍ୱାଇଁ, ଇଂ କିରନ ମାଝୀ, ବିଏସଏସଓ ସୂର୍ଯ୍ୟ ଦାସ, ଏସିପି ଗିରିଜା ଶଙ୍କର ରାଉତ, ବିଆରସି ଅର୍ଜୁନ ଦାସ ଙ୍କ ସମେତ ଶତାଧିକ ସ୍ବେଛାସେବୀ ଯୋଗଦେଇ ଝାଡୁ କୁରାଢି ଧରି ସଫେଇ କରିଥିଲେ ଓ ସମଗ୍ର ବ୍ଲକ କୁ ସ୍ଵଚ୍ଛତା ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ l

 କଣ୍ଟାମାଳ ବ୍ଲକ ର ସମସ୍ତ ଗ୍ରାମପଂଚାୟତ ରେସରପଞ୍ଚ, ପିଇଓ, ପଂଚାୟତ କର୍ମଚାରୀ, ଓ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ ନିଜ ନିଜ ପଂଚାୟତ ରେ ଥିବା ମନ୍ଦିର ପରିସର ତଥା ଆଖ ପାଖ ଅଞ୍ଚଳ ସଫେଇ କରିଥିଲେ ବୋଲି ବ୍ଲକ ର ବିଆରସି ଅର୍ଜୁନ ଦାସ ଜଣାଇଛନ୍ତି l

What's Your Reaction?

like

dislike

love

funny

angry

sad

wow