କଣ୍ଟାମାଳ ବ୍ଲକରେ ଘରେ ଘରେ ତ୍ରୀରଙ୍ଗା, ଘରେ ଘରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ସାରା ଭାରତର କୋଣ ଅନୁକୋଣରେ ଅଗଷ୍ଟ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରୀରଙ୍ଗା ଓ ଘରେଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ପ୍ରଶାସନ ତରଫରୁ ବିଡ଼ିଓସାମୀ ରେଡ୍ଡୀ ଜୟଶ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘରେ ଘରେ ତ୍ରିରଙ୍ଗା ଓ ଘରେଘରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବ୍ଲକ ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ମେଡିକାଲ ଛକ ହାଟପଦା ଛକ, ସତସଙ୍ଗ ବିହାର, ବ୍ୟାଙ୍କ ଛକ ବସଷ୍ଟାଣ୍ଡ ହୋଇ ପୁନଃ ବ୍ଲକଛକ ପର୍ଯ୍ୟନ୍ତ ଆସିଥିଲେ l ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ୨ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ,ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ,ବିଆରସି ଅର୍ଜୁନ ଦାସ,ବିଜେପି ନେତା ଓମ ପ୍ରକାଶ ମିଶ୍ର, ଶିବ କୁମାର ଚାଉଳିଆ,ଚିତ୍ତ ରଞ୍ଜନ ପାତ୍ର,ପଞ୍ଚାନନ ସାହୁ, ପିନାକଧର ରଣା, ନିରଞ୍ଜନ କର୍ଣ୍ଣ,ଆଦିବାସୀ ନେତା ଡମ୍ବରୁଧର କହଁର,ଅନିଲ କୁମାର ପ୍ରଧାନ, ଗୋପୀନାଥ କହଁର,ନାରାୟଣ କର୍ମୀ,କେଦାରନାଥ ସାହୁ,ଶିତିକଣ୍ଠ ମିଶ୍ର,ଅଟଳ ପ୍ରଧାନ, ଗୋବିନ୍ଦ ନାଏକ, ସୁଧୀର ସାହୁ,ଋଷି ରଣା, ଧ୍ରୁବ ପରିଛା, ରାମହରି ପ୍ରଧାନ, ସମେତ ସହ ସହ ବିଜେପି କର୍ମି ସାମିଲ ହୋଇ ତ୍ରିରଙ୍ଗା ଶୋଭାଯାତ୍ରାରେ ଘରେ ଘରେ ତ୍ରିରଙ୍ଗା , ଘରେ ଘରେ ସ୍ଵଚ୍ଛତା ନାରାରେ ନଗର ପରିକ୍ରମା କରିଥିଲେ l ରାଲିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ନିର୍ବାଚିତ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠିର ସଦସ୍ୟ ଏମବିକେ,ସିଆରପି ସାମିଲଥିଲେ l
What's Your Reaction?






