ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ....

Sep 23, 2025 - 08:07
 0  142
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ....

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ବିଡିଓ ଦେବେନ୍ଦ୍ର ସାମଲ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ଧରୁଆ, ସିଡ଼ିପିଓ କଳ୍ପଳତା ତ୍ରିପାଠୀ, ତହସିଲଦାର ଅରୁଣ ବର୍ଗେ, ବ୍ଲକ ବିଜେଡି ସଭାପତି ଯଶୋବନ୍ତ ସାହୁ,ବିଧାୟକ ପ୍ରତିନିଧି କାନହୁ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ମହିଳା ମାନେ ସୁସ୍ଥ ରହିଲେ ଦେଶର ବିକାଶ ସମ୍ଭବ ବୋଲି ମତ ପୋଷଣ କରିଥିଲେ।ଏହି ଅବସରରେ ଜିଲ୍ଲା ରୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଧରୁଆ,ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରୁଣ ପାତ୍ର, ମାନସିକ ବିଶେଷଜ୍ଞ ଡାକ୍ତର ଅନନ୍ତ ଚରଣ ମେହେର, ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ବ୍ରିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସୁବିଧା ଯୋଗେଇ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଅଖିଲେସ ସାମଲ, ଭାରପ୍ରାପ୍ତ ପିଏଚଇଓ କିଶୋର ଚନ୍ଦ୍ର ଦାଶ୍, ଡାକ୍ତର ଶିଖିଧ୍ୟଜ ପଟେଲ, ବିପିଏମ୍ ଅଜିତ ସିଂ କୁମାର, ଫାର୍ମାସିଷ୍ଟ ପବିତ୍ର ରଣା, ସୁଧାଂଶୁ ବେଦବାକ,ଆଶିଷ ପଧାନ,ସୁଦେଶ ପଣ୍ଡା ,ଅନିରୁଦ୍ଧ ବାଗ ଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମ ଆଇସିଡିଏସ ବିଭାଗ ପକ୍ଷରୁ ପୁଷ୍ଟିକର ଖାଦ୍ୟ କୁ ନେଇ ଏକ ପ୍ରଦର୍ଶନୀ ଷ୍ଟଲ ଲଗା ଯାଇ ମହିଳା ମାନଙ୍କ ପୁଷ୍ଟିକର ଖାଦ୍ୟ ଉପରେ ପରାମର୍ଶ ଦିଆଯାଇଥିଲା।

What's Your Reaction?

like

dislike

love

funny

angry

sad

wow