କନ୍ଧମାଳ ଏସ ପି ଏବଂ ଜ଼ିଲ୍ଲାପାଳ ଙ୍କୁ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ଖୋଲା ଚ୍ୟାଲେଞ୍ଚ ଭିଡ଼ିଓ ଭାଇରାଲ ରାବଣପୋଡିରେ ବାଣଫୁଟାକୁ ବାରଣ ସ୍ୱତ୍ତେ ମିନିଷ୍ଟାଡିୟମ ଟି ବାଣ ରେ କମ୍ପିଲା

Oct 14, 2024 - 14:33
Oct 14, 2024 - 14:50
 0  332
କନ୍ଧମାଳ ଏସ ପି  ଏବଂ ଜ଼ିଲ୍ଲାପାଳ ଙ୍କୁ ପାଟ୍ଟଖଣ୍ଡା  ଦୁର୍ଗାପୂଜା ସମିତି ର ଖୋଲା ଚ୍ୟାଲେଞ୍ଚ  ଭିଡ଼ିଓ ଭାଇରାଲ    ରାବଣପୋଡିରେ ବାଣଫୁଟାକୁ  ବାରଣ ସ୍ୱତ୍ତେ ମିନିଷ୍ଟାଡିୟମ ଟି ବାଣ ରେ କମ୍ପିଲା

କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜ଼ିଲ୍ଲାପାଳ ଓ ଏସ ପି ଙ୍କୁ ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ଖୋଲା ଚ୍ୟାଲେଞ୍ଚ l ରାବଣପୋଡି ରେ ଜ଼ିଲ୍ଲା ପ୍ରଶାସନ ର ବାରଣ ସ୍ୱତ୍ତେ ବାଣ ଶବ୍ଦରେ ପ୍ରକମ୍ପିତ ହେଲା ବାଲିଗୁଡା ମିନି ଷ୍ଟାଡିୟମ ଏକଥା ଆମେ କହୁନୁ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଚ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ନେଇ ବିଜେପି ଶିବିର ରେ କମ୍ପନ ସୃଷ୍ଟି ହୋଇଛି l

 ଏନେଇ କନ୍ଧମାଳ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବରିଷ୍ଠ ବିଜେପି କର୍ମୀ ଭାଗବାନ ପଣ୍ଡା ଙ୍କ ସମେତ ଏକ ପ୍ରତିନିଧି ଦଳ ବାଲିଗୁଡା ତହସିଲଦାର ଙ୍କୁ ଭେଟି ଆଲୋଚନା କରିଛନ୍ତି l ବାଲିଗୁଡା ଦୁର୍ଗାପୂଜା ଅଞ୍ଚଳ ର ଏକ ସାର୍ବଜନୀନ ପୂଜା ହୋଇଥିଲେ ସୁଦ୍ଧା ସର୍ବସାଧାରଣ ବୈଠକ ନ ଡାକି ଓ ପ୍ରଶାସନ ପୂଜା କମିଟି ର ମିଳିତ ବୈଠକ ରେ ଉପଖଣ୍ଡ କ୍ରୀଡା ସଂଘ,ସାମ୍ବାଦିକ ଦଳମତ ନିର୍ବିଶେଷରେ ସମସ୍ତ ଙ୍କୁ ନ ଜଣାଇ ହାତ ଗଣତି କିଛି ସାମ୍ବାଦିକ ମାଆ ପାଟ୍ଟଖଣ୍ଡା ଦୁର୍ଗପୂଜା ସମିତି କିଛି ସଭ୍ୟ ଙ୍କୁ ଧରି ବୈଠକ କରିବା ଓ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ କରିଛନ୍ତି l ଏକ ନିର୍ଦ୍ଦିଷ୍ଟ ଦଳ ର ଲୋକ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ରେ ରହି ନିଜର ଓ ନିଜ ଦଳର ପତିଆରା ଜାହିର କରିବା କୁ କଡା ସମାଲୋଚନା କରିଛନ୍ତି l ସୂଚନାଯୋଗ୍ୟ ବାଲିଗୁଡା କ୍ରୀଡାବିତ ଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଜ଼ିଲ୍ଲାପାଳ ଙ୍କ ଅନୁମତି ନେଇ ବାଲିଗୁଡାର ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଶନିବାର ରାତିରେ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରିଥିଲା l ମୁଖ୍ୟ ଅତିଥିଭାବେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଯୋଗଦେଇ ରାମଙ୍କ ବlଣ ରେ ଅଗ୍ନି ସଂଯୋଗ କରିଥିଲେ ପରେ ଆୟୋଜିତ ସଭାରେ ବିଜେଡି ବ୍ଲକ ସଭାପତି ଟୁନା ଦାସ ଙ୍କ ସମେତ କମିଟିର ସଭାପତି ଲଳିତ କୁମାର ପାତ୍ର ସମ୍ପାଦକ ଶିବରାମ ପ୍ରଧାନୀ ଓ ଲୋକନାଥ ପାଢ଼ୀ ଓ ବିଜେଡି ର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ସଭା କାର୍ଯ୍ୟକ୍ରମ ରେ କମିଟି ର ଉପଦେଷ୍ଠା ତଥା ବିଜେଡି ଜ଼ିଲ୍ଲା ସମ୍ପାଦକ ଲୋକନାଥ ପାଢ଼ୀ ଭାଷଣ ବେଳେ ମୁଖ୍ୟ ଅତିଥି ଟୁନା ଦାସ ଙ୍କୁ ପ୍ରଶଂସା ରେ ପୋତି ପକାଇ ପ୍ରଭୁ ଶ୍ରୀରାମ ଙ୍କ ସହିତ ତୁଳନା କରିବାକୁ ଭୁଲି ନ ଥିଲେ ଯାହାକୁ ନେଇ ବାଲିଗୁଡା ବିଜେପି କର୍ମୀ କ୍ଷୁବ୍ଧ l ଜଣେ ମନୁଷ୍ୟ ସହିତ ପ୍ରଭୁ ରାମ ଚନ୍ଦ୍ର ଙ୍କ ତୁଳନା କରିବା ନିନ୍ଦନୀୟ ବୋଲି ବଜେପି କର୍ମୀ କହିଛନ୍ତି ଆହୁରି ମଧ୍ୟ ଜ଼ିଲ୍ଲା ପ୍ରଶାସନ ବାଣ ଫୁଟେଇ ବାକୁ ମନା କରିଥିଲେ କିନ୍ତୁ ବ୍ଲକ ବିଜେଡି ସଭାପତି ଟୁନା ଦାସ ଅପିଲେ ନାହିଁ l ବାଣ ଖର୍ଚ୍ଚ ନିଜେ ବହନ କରିଥିବା କଥା କୁହାଯାଇଛି l ଭିଡିଓ ଭାଇରଲ ପରେ ବାଲିଗୁଡା ଏବେ ଚର୍ଚ୍ଚା ଜୋର ଧରିଛି l ଦୁର୍ଗାପୂଜା ସମିତି ର ରାଜନୀତି କରଣ କୁ ବିଭିନ୍ନ ମହଲ ରେ ସମାଲୋଚନା କରାଯାଇଛି l ବିଜେଡି ଦୀର୍ଘବର୍ଷ ଶାସନ କ୍ଷମତା ରେ ରହି ବାଲିଗୁଡା ରେ ଯାତ୍ରା ପଡିଆ ଟିଏ କରି ପାରିନି ଓଲଟି କ୍ରୀଡା ଓ କ୍ରୀଡାବିତ ଙ୍କ ପାଇଁ ଉଦୀଷ୍ଟ ଖେଳ ପଡିଆ କୁ ନଷ୍ଟ ଭ୍ରଷ୍ଟ କରି ଯାତ୍ରା ପଡିଆ କରିବାପାଇଁ ଯେଉଁଭଳି ଭାବେ ଷଡଯନ୍ତ୍ର କରାଯାଉଛି ତାକୁ କେବେ ବି ସାଧାରଣ ଜନତା କ୍ରୀଡାବିତ ବରଦାସ୍ତ କରିବେ ନାହିଁ ବୋଲି ବିଭିନ୍ନ ମହଲ ରେ ଆଲୋଚନା ହେଉଛି l

What's Your Reaction?

like

dislike

love

funny

angry

sad

wow