କନ୍ଧମାଳ ଜିଲା ଅଙ୍ଗନବାଡି ଲେଡିସ ୱାର୍କାରସ ଆସୋ ସିଏସନ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ।

Oct 12, 2026 - 21:34
 0  12
କନ୍ଧମାଳ ଜିଲା ଅଙ୍ଗନବାଡି ଲେଡିସ ୱାର୍କାରସ ଆସୋ ସିଏସନ  ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ।

ବାଲିଗୁଡା:ଲୋକ ଆବାଜ୍.ଇନ୍/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସସୋସିଏସନ କନ୍ଧମାଳ ଶାଖା ପକ୍ଷରୁ କର୍ମଚାରୀମାନଙ୍କର ଦୀର୍ଘଦିନର ସମସ୍ୟା ଗୁଡ଼ିକ ସରକାରଙ୍କ ଦୃଷ୍ଟିଗୋଚର କରିବା ପାଇଁ ଫୁଲବାଣୀ ମାଦିକୁନ୍ଦା ଛକରୁ ଏକ ବିଶାଳ ରାଲି ବାହାରି ନଗର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। କନ୍ଧମାଳ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେସ୍ମାରକ ପତ୍ର ପ୍ରଦାନ କରାଯାଇଛି।

 

 ଦାବୀଗୁଡ଼ିକ ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା, ଉଚିତ ପାରିଶ୍ରମିକ, ନିରାପଦ କାର୍ଯ୍ୟ ପରିବେଶ, କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ସହିତ ଜଡ଼ିତ।ଦୀର୍ଘ ଦିନର ଦାବୀ ମଧ୍ୟରେପଞ୍ଚାବନ ବର୍ଷରେ ଚାକିରୀର ସମୀକ୍ଷା ଓ ଛଟେଇ ନୀତି ବନ୍ଦ କରିବା,ଅଙ୍ଗନବାଡି ବିଭାଗ ଆରମ୍ଭରୁ ଏଭଳି ନୀତି ନାହିଁ ବା କୌଣସି ବିଭାଗରେ ଲାଗୁ ହେଉ ନାହିଁ। ଚାକିରୀ ଷାଠିଏ ବର୍ଷରୁ ୬୨ବର୍ଷ ବୣଦ୍ଧି କ୍ଷେତ୍ରରେ କର୍ମୀ ମାନଙ୍କୁ ହଇରାଣ କରାଯାଉଥିବାରୁ ସିଧାସଳଖ ୬୦ରୁ ୬୨ବର୍ଷ କରିବାକୁ ବହୁବାର ଦାବୀ ହେଉଛି।

*ଅଙ୍ଗନୱାଡି ଓ ସହାୟିକା ମାନଙ୍କୁ କର୍ମଚାରୀ ମାନ୍ୟତା, ସମ୍ମାନ ଜନକ ବେତନ ପ୍ରଦାନ, ଅବସର କାଳୀନ ଗ୍ରାଚ୍ୟୁଇଟି ଦଶ ଲକ୍ଷ, କାର୍ଯ୍ୟକ୍ଷେତ୍ରରେ ମୣତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ସହାୟତା ଓ ପରିବାରର ଜଣକୁ ନିଯୁକ୍ତି ଏବଂ ଯୋଗ୍ୟତା ଭିତ୍ତିରେ ପ୍ରମୋସନ ଦାବୀ କରାଯାଇଛି।

*ଦୁଇ ବର୍ଷ ତଳେ ଗତ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତି ମୁତାବକ ୨୦୨୪ ମସିହାରୁ ଅଙ୍ଗନୱାଡି ଓ ସହାୟିକାଙ୍କ ମାନଦେୟ ବୃଦ୍ଧି କରିବା ଦାବୀପତ୍ରରେ ଉଲେଖ ରହିଛି।

*ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସମସ୍ତ କର୍ମଚାରୀଙ୍କ ଭଳି "ସମାନ କାମ ପାଇଁ ସମାନ ଦରମା" ଲାଗୁ କରାଯାଉ ।

  ସରକାରୀ ମାନ୍ୟତା ନ ହେବା ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ଟ.୩0,000/- ଓ ସହାୟିକାଙ୍କର ୧୮୦୦୦ କୁ ବୃଦ୍ଧି କରାଯାଉ।

* ଆମକୁ 'ଆୟୁଷ୍ମାନ ଭାରତ ଯୋଜନା' ସହିତ ସଂଯୋଗ କରାଯାଉ ।

 

ଏହି ଅବସରରେ ଭାରତୀୟ ମଜଦୁର ସଂଘର ସଭାପତି ଅଶୋକ ପରିଡା, ଗୋପାଳ ବେହେରା, କାହ୍ନୁ ବେହେରାଙ୍କ ସହ ଅଙ୍ଗନବାଡି ଜିଲା ସଭାପତି ଶର୍ମିଷ୍ଠା ନାୟକ ଓ ବିଭିନ୍ନ ବ୍ଳକର ସଞୁକ୍ତା ଜେନା ରୀତାରାଣୀ ପ୍ରଧାନ,ରଞିତା ମଲିକ, ଭାରତୀ କହଂର,ପାଞ୍ଚାଳୀ କହଂର, ସ୍ନେହଲତା ନାୟକ, ଝରଣା ଦେହୁରୀ,ମାଳାସିନା ନାୟକ, ଜ୍ୟୋସ୍ନାରାଣୀ ପ୍ରଧାନ, କୁମୁଦିନୀ କହଂର, ନମିତା ବେହେରା, ଦିବ୍ୟ ଦିଗାଲ,ପ୍ରଭାସିନୀ ସାହୁ, ସୁଜାତା ଦାସ, ସରସ୍ଵତୀ ସାହୁ, ଶ୍ୟାମା ନାୟକ, ସୁନନ୍ଦା ବେହେରା କୁନି ସାହୁ, ସନ୍ତୋଷୀ ମଲିକ ଗୀତାଞଳୀ ପାଳଙ୍କ ସହ ଚାରି ହଜାରରୁ ଅଧିକ କର୍ମୀ ଓ ସହାୟିକା ଏହି ଆନ୍ଦୋଳନରେ ଭାଗ ନେଇଥିଲେ।

What's Your Reaction?

like

dislike

love

funny

angry

sad

wow