କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଝିରିପାଣି ପଂଚାୟତ ରେ ଝାଡା ବାନ୍ତି ଆତଙ୍କ l

ବାଲିଗୁଡା,ଲୋକ୍ ଆବାଜ୍. ଇନ୍(ପ୍ରମୋଦ ଦଣ୍ଡସେନା) :
ଝିରିପାଣି ପଂଚାୟତ ର ବରଗାଁ, ଲଲକୁଟି, କୁନାବେଡା ଗାଁ ରେ ଝାଡା ବାନ୍ତି ରେ 15 ଜଣ ପାଖାପାଖି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଏସବୁ ଗାଁ ରେ ଆକ୍ରାନ୍ତ ଙ୍କ ପାଖରେ ମେଡିକାଲ ଟିମ ପହଂଚି ଚିକିତ୍ସା ଜାରୀ ରଖିଛି l ତେବେ ଗାଁ ରେ ଭୋଜି ଭାତ ଖାଇବା ପରେ ଖାଦ୍ୟ ରେ ବିଷପାନ ପକ୍ରିୟା ପାଇଁ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ତୁମୁଡିବନ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି l ମେଡିକାଲ ଟିମ ପକ୍ଷରୁ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ତୁମୁଡିବନ୍ଧ ମେଡିକାଲ ର ଚିକିତ୍ସା ଅଧିକାରୀ ଅଭିଷେକ ନାୟକ ସୂଚନା ଦେଇଛନ୍ତି l ସେପଟେ ଝାଡାବନ୍ତି ରେ 5 ଜଣ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l
ଲଲକୁଟି ଗାଁ ର ବିନୀତି ମାଝୀ, ଅମିତ ମାଝୀ ଙ୍କ ଝାଡାବାନ୍ତି ରେ ମୃତ୍ୟୁ ହୋଇଥିବା ବେଳେ ବରଗାଁ ର ମୂଷୁରୀ ମାଝୀ, ଗାଡାଡି ମାଝୀ ଙ୍କ ସମେତ କୁନାବେଡା ଗାଁ ର ଜଣେ 4 ମାସ ର ଶିଶୁ ର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି l କିନ୍ତୁ ମୃତ୍ୟୁ ପରେ ପରିବାର ଲୋକଙ୍କ ପକ୍ଷରୁ ଶବ ବ୍ୟବଛେଦ କରାଯାଇନଥିବା ଜଣା ପଡିଛି l ତେବେ 5 ଜଣଙ୍କ ମୃତ୍ୟୁ ନେଇ ସରକାରୀ ସ୍ତର ରେ କୌଣସି ମେଡିକାଲ ରିପୋର୍ଟ ନଥିବା ତୁମୁଡିବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଅଭିଷେକ ନାୟକ ସୂଚନା ଦେଇଛନ୍ତି l
What's Your Reaction?






