*ଆର୍ ବି ଆଇ ତରଫ ରୁ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା*

Nov 25, 2024 - 20:08
 0  29
*ଆର୍ ବି ଆଇ ତରଫ ରୁ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା*

ରାୟଗଡ଼ା: ଲୋକ ଆବାଜ୍.ଇନ୍(ବ୍ୟୁରୋ)

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱର ର ମିଳିତ ସହଯୋଗ ରେ ରାୟଗଡ଼ା ଜିଲ୍ଲା ର ପଦ୍ମପୁର ବ୍ଲକ ର ବିଜୁ କଲ୍ୟାଣ ମଣ୍ଡପ, ପଦ୍ମପୁର ଠାରେ ଏକ ଆର୍ଥିକ ସାକ୍ଷରତା ଏବଂ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀଯୁକ୍ତ କଣ୍ଡଗେରି ପ୍ରକାଶ ପଦ୍ମପୁର ଗ୍ରାମପଞ୍ଚାୟତ , ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀଯୁକ୍ତ କ୍ର।ନ୍ତି କୁମାର ପାଢ଼ୀ, ଆର୍ ବି ଆଇ ପରିଚାଳକ, ଭୁବନେଶ୍ୱର ଶ୍ରୀଯୁକ୍ତ ଏମ ରିନାଲ ଗିରି, ସମ୍ପର୍ନ୍ନ। ବି ସି ଶାଖା ପରିଚାଳକ ଶ୍ରୀଯୁକ୍ତ ସାରଥୀ ବାଗ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ ଘାଟନ କରିଥିଲେ।ଏହି କର୍ମଶାଳା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବର ରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା ।

ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ ।

କାର୍ଯ୍ୟକ୍ରମରେ ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ସାରଥୀ ବାଗ ଓ ଶ୍ରୀଯୁକ୍ତ କ୍ରାନ୍ତି କୁମାର ପାଢ଼ୀ ବ୍ଲକ ସଂଯୋଜକ ମିଶନ ଶକ୍ତି ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ଲଳିତ କୁମାର ଚୌଧୁରୀ, ବିଦ୍ୟାଧର ଶବର, ସୁଶ୍ରୀ ରଶ୍ମିତା ଶବର, ରାଜେଶ ମଲ୍ଲିକର ଓ ଗ୍ରାମ ପଞ୍ଚାୟତ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା, ଏମ ବି କେ,ସ୍ଵୟଂ ସହାୟକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୫ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସମ୍ପର୍କ ଫି ନ୍ ସର୍ଭିସେସ ତରଫ ରୁ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ଶେଷ କରି ଥିଲେ।

What's Your Reaction?

like

dislike

love

funny

angry

sad

wow