କଣ୍ଟାମାଳ ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ
Sanskrit Day at Kantamaal Highschool
କଣ୍ଟାମାଳ ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ
ବୌଦ୍ଧ,ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦଧିବାବନ ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ନିରଞ୍ଜନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତର ଉପାଦେୟତା ଓ ଉପଯୋଗୀତା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋରଞ୍ଜନ ସାହୁ, ଶିକ୍ଷୟିତ୍ରୀ ହେମବନ୍ତି ବାଘ ଓ ଏମ.ମାଧୁରୀ ଡୋରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଧୁନିକ ଯୁଗରେ ସଂସ୍କୃତର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ l ବିଦ୍ୟାଳୟ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କ ସଦୁଦ୍ୟମରେ ପିଲାଙ୍କ ମଧ୍ୟରେ ସଂସ୍କୃତ ସମ୍ଭାଷଣ ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା l ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସହଭାଗିତା ପ୍ରମାଣପତ୍ର ଦ୍ୱାରା ପୁରସ୍କୃତ କରାଯାଇଥିଲା l ସ୍କୁଲର କଳା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସୁଜିତ ତରିଆ, ସତ୍ୟଜିତ ପଣ୍ଡା, ଆଲୋକ ପରଡ଼ିଆ, ଦୁଷ୍ମନ୍ତ ବିଶ୍ୱାଳ, ଦେବାଶ୍ରିତ ପ୍ରଧାନ, ନବ କୁମାର, ମୀରାବାଈ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ, ମନୋଜ ବନଛୋର ଆଦି ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତଥିଲେ l
What's Your Reaction?






