କନ୍ଧମାଳ ରେ ଅପରେସନ ନୀଳ ଜହର l  ପନ୍ଦର ଏକର ସରକାରୀ ଜମିରୁ ଗଂଜେଇ କାଟିଲା ବାଲିଗୁଡା ପୋଲିସ l

Nov 7, 2024 - 20:37
 0  30
କନ୍ଧମାଳ ରେ ଅପରେସନ ନୀଳ ଜହର l  ପନ୍ଦର ଏକର ସରକାରୀ ଜମିରୁ ଗଂଜେଇ କାଟିଲା ବାଲିଗୁଡା ପୋଲିସ l

 ବାଲିଗୁଡା : ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା  ଅଞ୍ଚଳ ରେ ପୋଲିସ ବିଭାଗର ପୁଣି ଅପରେସନ ନୀଳ ଜହର ଲ ବାଲିଗୁଡା ଥାନା  ଅନ୍ତର୍ଗତ ସିନ୍ଦୀରୀଗାଁ ଗ୍ରାମ ପଞ୍ଚାୟତ ର ନଦୀ ତଟ ବର୍ତ୍ତୀ ଅଂଚଳ ଉପାନ୍ତ ଗାଁ ଗୁଡିକ ର ସରକାରୀ ଜମି ଓ ଜଙ୍ଗଲ ଜମିରେ   ବେ ଆଇନ ଭାବେ ଚାଷ ହୋଇଥିବା 15 ଏକର ଅଞ୍ଚଳ ର ଗଂଜେଇ ଚାଷକୁ କାଟି ପୋଡି ଦେଇଛି  ବାଲିଗୁଡା ପୋଲିସ lନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳ ର ବିଭିନ୍ନ ଥାନା ଅଞ୍ଚଳ ରେ   ବେଧଡକ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟର ମାଫିଆ ଆଦିବାସୀ ଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ଅପରେସନ ନୀଳଜହର ପ୍ରଥମ ଦିନରେ  ଏହି ସଫଳତା ପାଇଛି l ପୋଲିସ  ବିଭାଗ ର କାର୍ଯାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l ନଷ୍ଟ କରାଯାଇ ଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ଲକ୍ଷlଧିକ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ଏନେଇ ବାଲିଗୁଡା ଥାନାରେ ଏନ ଡ଼ି ପି ଏସ ଆକ୍ଟରେ  ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି l ନୀଳଜହର ଅପରେସନ ରେ ଏକଜୁଟିଭ ମାଜିଷ୍ଟ୍ରେଟ ହରେକୃଷ୍ଣ ରାଉତ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow