ମହାଶକ୍ତି ଫାଉଣ୍ଡେସନ ତରଫରୁ କୁଟ୍ରୁପଲା ରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ

କଳାହାଣ୍ଡି:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
ଏଲ ଟି ଆଇ ମାଇଣ୍ଡଟ୍ରି ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ତରଫ ରୁ ମ.ରାମପୁର ବ୍ଲକ ର ସିଂହପୁର ଗ୍ରାମ ପଞ୍ଚାୟତ କୁଟ୍ରୁପଲା ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନାଏବସରପଞ୍ଚ ଶ୍ରୀମତୀ ମିନା ପଧାନ ସିଂହପୁର ଗ୍ରାମପଞ୍ଚାୟତ , ମମିତା ପୁଝାରୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ ଘାଟନ କରିଥିଲେ।ଏହି ତାଲିମ ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।
ତାଲିମ କାର୍ଯ୍ୟକ୍ରମ ରେ ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ ।କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ ର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ପବିତ୍ର ମହାଖୁଡ, ମମିତ। ପୁଝାରୀ, ଟୁକୁ ରାଜ ପଧାନ , ରେଣୁକା ପଧାନ ଓ ମହାଶକ୍ତି ଫାଉଣ୍ଡେସନ ର ସମରନିତ ଗ୍ରାମ୍ୟ ବିକାଶ ପ୍ରକ୍ଳପ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା, କୃଷି ଉତ୍ପାଦକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୮ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
What's Your Reaction?






