କନ୍ଧମାଳ ରେ ଲଜ୍ଜ୍ୟା ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷକ…
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ରେ ଲଜ୍ଜ୍ୟା,ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର, ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି ଯାହାକି ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଲଜ୍ଜ୍ୟା,ମାସିକ ଋତୁସ୍ରାବକୁ ନେଇ ସନ୍ଦେହ କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଏତଲା ଦିଆଯାଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ତୁମୁଡ଼ିବନ୍ଧ ଥାନା ପୁଲିସ୍। ଏହି ଘଟଣା ଏବେ ନୂଆଁ ନୁହିଁ ତୁମୁଡ଼ିବନ୍ଧ କୋଟଗଡର ନୂଆଗାଁ ଦାରିଙ୍ଗବାଡି ରଙ୍ଗାପାରୁ ବିଦ୍ୟାଳୟ ରେ ମଧ୍ଯ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ନଜିର ରହିଛି l
What's Your Reaction?






