ଅବକାରୀ ବିଭାଗ ଦ୍ୱାରା ୨୬୦ଲିଟର ଦେଶୀ ମଦ ସହ ୧୮୦୦ କେଜି ରନ୍ଦା ସାମଗ୍ରୀ ଜବତ।

ମାଲକାନଗିରି;ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ OIC ହେମନ୍ତ କୁମାର ବାଘ ଙ୍କ ନେତୃତ୍ୱ ରେ। ଆଜି ମାଥିଲି ଥାନା ଅନ୍ତର୍ଗତ ମେଣ୍ଡୁକୁଲି ଗ୍ରାମ ନିକଟରେ ଥିବା ନାଳ ରେ ଦେଶୀ ମଦ ରନ୍ଦା ଯାଉଥିବା ଖବର ପାଇ।
ଉକ୍ତ ସ୍ଥାନରେ ଛଡାଉ କରାଯାଇ। ୨୬୦ ଲିଟର ଦେଶୀ ମଦ ଓ ୧୮୦୦kg ପଚା ମହୁଲ ମଦ ରନ୍ଦା ସାମଗ୍ରୀ ଜବତ କରିବା ସହ ନଷ୍ଟ କରାଯାଇଛି। ଏଥିରେ ସମ୍ପୂକ୍ତ ଆସାମୀ ମାନେ ଘୋଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ଖୁବଶୀଘ୍ର ଆସାମୀ ଙ୍କୁ ମଧ୍ୟ ଧରାଯିବ ବୋଲି Oic କହିଛନ୍ତି। ଆଜିର ଏହି ଛଡାଉରେ ASI ସୁରେନ୍ଦ୍ର ମାଝୀ, କନିଷ୍ଠବଲ କାହ୍ନୁଚରଣ ମଲିକ, ପ୍ରଭାତ କୁମାର ସାହୁ ଯୋଗଦେଇଥିଲେ।
What's Your Reaction?






