କନ୍ଧମାଳ ର ଗର୍ବ ଓ ଗୌରବ ଅଜୟ, ସବ ଇନିସପେକ୍ଟର ଟ୍ରେନିଂ ରେ ଶ୍ରେଷ୍ଠ କ୍ୟାଡର ଭାବେ ରାଜ୍ୟପାଳ ପଦକ ପ୍ରାପ୍ତ

Mar 8, 2025 - 07:20
 0  158
କନ୍ଧମାଳ ର ଗର୍ବ ଓ ଗୌରବ ଅଜୟ, ସବ ଇନିସପେକ୍ଟର ଟ୍ରେନିଂ ରେ ଶ୍ରେଷ୍ଠ କ୍ୟାଡର ଭାବେ ରାଜ୍ୟପାଳ ପଦକ ପ୍ରାପ୍ତ

ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

                     ନ୍ଧମାଳ ର ଗର୍ବ ଓ ଗୌରବ ୧୨ ବ୍ୟାଚ ର ସବ ଇନିସ ପେକ୍ଟର ଟ୍ରେନିଂ ରେ ଶ୍ରେଷ୍ଠ କ୍ୟାଡର ଭାବେ ବାଲିଗୁଡା ନୂଆସାହି ର ଅଜୟ ଅର୍ଜୁନ ଖଣ୍ଡଗିରି ଙ୍କୁ ରାଜ୍ୟପାଳ ପଦକ ରେ ସମ୍ମାନିତ l ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ରେ କ୍ୟାଡର ସବ ଇନିସ ପେକ୍ଟର ଭାବେ ତାଲିମ୍ ନେଇ ଇନଡୋର ଟପ୍ପର, କ୍ରିମିନଲୋଜି ଓ ଓଭରାଲ ଟପ୍ପର ହୋଇଥିଲେ lଗୁରୁବାର ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଡ଼ି. ଜି. ପି ଯୋଗେଶ ବହାଦୁର ଖୁରାନିଆ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ର ତାଲିମ୍ ନିର୍ଦେଶକ ତଥା ଅତିରିକ୍ତ ଡ଼ି. ଜି ସଂଜୀବ ପଣ୍ଡା ଙ୍କ ଉପସ୍ଥିତି ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଜୟ ଙ୍କୁ ରାଜ୍ୟପାଳ ପଦକ ରେ ସମ୍ମାନିତ କରିଥିଲେ l ଅଜୟ ଙ୍କ ବାପା ବାଲିଗୁଡା ନୁଆସାହି ର ଅନ୍ତର୍ଯ୍ୟାମୀ ଖଣ୍ଡଗିରି ଗଞ୍ଜାମ ଜ଼ିଲ୍ଲା ରେ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ମାଆ ସଂଯୁକ୍ତା ଖଣ୍ଡଗିରି ଜଣେ ସୁ ଗୃହିଣୀ l

 ଅଜୟ ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟାଳୟ ମନ୍ଦିର ବାଲିଗୁଡା ରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରି ଜବାହର ନବୋଦୟ ବିଦ୍ୟାଳୟ ଫୁଲବାଣୀ ରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଙ୍କ ଅଧ୍ୟୟନ କରି ଦିଲ୍ଲୀ ବିଶ୍ଵ ବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ରେ ଅନର୍ସ ଓ ଶୈକ୍ଷିକ କ୍ୟାରିଅର ସହ ଇନ୍ଦିରା ଗାନ୍ଧୀ ଓପେନ ୟୁନିଭରସିଟି ରେ ଦର୍ଶନ ଶାସ୍ତ୍ର ମେଜର କରିଥିଲେ l ଅଜୟ ଅର୍ଜୁନ ଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପରେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା ର ସୁଅ l

What's Your Reaction?

like

dislike

love

funny

angry

sad

wow