କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦିନିକିଆ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ l ଚାରୋଟି ଶହେ ସଂଖ୍ୟା ବିଶିଷ୍ଟ ହଷ୍ଟେଲ ଗୃହ ର ଶିଳାନ୍ୟାସ କରିବା ସହ ମାଆ ଙ୍କ ପାଇଁ ବୃକ୍ଷ ରୋପଣ କଲେ l

Jul 14, 2025 - 07:29
Jul 14, 2025 - 07:31
 0  72

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ଦିନିକିଆ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଗ୍ରସ୍ତ ରେ ଆସି ଚାରୋଟି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଆଠ କୋଟି ବ୍ୟୟ ଅଟକଳ ରେ ହେବାକୁ ଥିବା ନୂତନ ହଷ୍ଟେଲ ଗୃହ ର ଶିଳାନ୍ୟାସ କରିବା ସହିତ କୋଟଗଡ ବନ ବିଭାଗ ପକ୍ଷରୁ ଆୟୋଜିତ ବନ ମହୋତ୍ସବ କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ମାଆ ଙ୍କ ପାଇଁ ବୃକ୍ଷ ରୋପଣ କରିଛନ୍ତି l ଆଜି ସକାଳେ ମାନ୍ୟବର ସାଂସଦ ବାଲିଗୁଡା ଫରେଷ୍ଟ ବଙ୍ଗଳା ରେ ପହଞ୍ଚିବା ପରେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀ ସେବା କିଭଳି ଚାଲିଚି ପଚାରି ବୁଝିଥିଲେ ପରେ ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ ସେବାଶ୍ରମ, କୋଟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଧୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉପାନ୍ତ ନିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶହେ ସଂଖ୍ୟା ବିଶିଷ୍ଟ ହଷ୍ଟେଲ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ l କୋଟଗଡ ଓ ତୁମୁଡ଼ିବନ୍ଧ ବିଜେପି ପକ୍ଷରୁ ସାଂସଦ ଙ୍କୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ର ତାଳେ ତାଳେ ପାଛୋଟି ନିଆଯାଇ ଥିଲା l କୋଟଗଡ଼ ବନ ବିଭାଗ ପକ୍ଷରୁ ରେଞ୍ଜର ବାଳ ଗୋପାଳ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ସମସ୍ତ ବନ କର୍ମଚାରୀ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହିତ ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା,ବିଧାୟକ ପ୍ରାର୍ଥୀନୀ କଳ୍ପନା କହିଁର, ବାଲିଗୁଡା ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ତୁମୁଡ଼ିବନ୍ଧ ବ୍ଲକ୍ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କୋଟଗଡ ବ୍ଲକ୍ ସାଂସଦ ପ୍ରତିନିଧି ନାରାୟଣ ସାହୁ, ସମସ୍ତ୍ ମଣ୍ଡଳ ସଭାପତି, ନଗର ସଭପତି ମହିଳା ମୋର୍ଚ୍ଚା ଯୁବମୋର୍ଚ୍ଚା ସଭାପତି ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ, ନେତ୍ର ମାନସେଠ୍, ଦିଗାମ୍ବର ପାଣଗ୍ରାହୀ, ରବି ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା l

What's Your Reaction?

like

dislike

love

funny

angry

sad

wow