କବ୍ଜାର ୮ମ ବାର୍ଷିକ ଉର୍ତ୍ସବ ଅବସରରେ ଅନ୍ଧ, ମୁକ ଓ ବଧିରଆବାସିକ ବିଦ୍ୟାଳୟ ଠାରେ ବାଳକ ଭୋଜନ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଂଚାୟତ ଅନ୍ତର୍ଗତ କୁରୁକୁପା ସ୍ଥିତ ଭୀମଭୋଇ ସ୍ୱତନ୍ତ୍ର ବିଦ୍ୟାଳୟ, କୁଡିବାହାଲ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାଳକ ଭୋଜନ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମକବ୍ଜା ତରଫରୁ ଅନୁଷ୍ଠିତ ହୋଇଯାଇଛି ।
କବ୍ଜାର ଉପସଭାପତି ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଉଦ୍ୟୋଗପତି କରୁଣାକର ସାହୁ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତି, ଭୀମଭୋଇ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରତିଷ୍ଠାତା ମନବୋଧ ନନ୍ଦ, ସଭାପତି ବିପିନ ଭୋଇ ପ୍ରମୁଖ ଯୋଗଦେଇଥିଲେ l ଅତିଥିମାନଙ୍କ ଦ୍ୱାରା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାଳକ ଭୋଜନ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ସଦସ୍ୟ ରଞ୍ଜନ ପାତ୍ର ସଭା ପରିଚାଳନା ଏବଂ ସମ୍ପାଦକ ପୂର୍ଣ୍ଣଚରଣ ସାହୁ ଧନ୍ୟବାଦଅର୍ପଣ କରିଥିଲେ l କବ୍ଜାର ସମସ୍ତ ସଦସ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ l
What's Your Reaction?






