କେବେ କାର୍ଯ୍ୟକ୍ଷମ ହେବ ଟାୱାର ?????? ଅନଲାଇନରେ ପିଲାଙ୍କ ପାଠ ପଢ଼ା ସହ ସରକାରୀ କାର୍ଯ୍ୟ ବ୍ୟାହତ ......l ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

ବାଲିଗୁଡ଼ା: ଲୋକ ଆବାଜ. ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ନେଟୱାର୍କ ର କରୁଣ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ରେ l ଟାୱାର ଧରୁନି ପାଠ ପଢା ସହ ସରକାରୀ କାମ ବ୍ୟାହତ ସୃଷ୍ଟି ହେଉଛି l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ଅନେକ ଅଞ୍ଚଳ ଦୁର୍ଗମ l ଯେଉଁଠି ଟାୱାର କଣ ବିଜୁଳି ଆଲୋକ ସାତସପନ ଯେଉଁଠି ଅଳ୍ପ ଟାୱାର ଆସୁଛି ଦୁଇ ତିନି ଜଣ ପିଲା ସାଙ୍ଗ ହୋଇ ଅନଲାଇନରେ ପଢୁଛନ୍ତିl ନେଟୱାର୍କ ଆସୁଥିବା ସ୍ଥାନ ଗଛ ଉପରେ ଚଢି କିଏ ପଢୁଛି ତ ଆଉ କିଏ ଗଛତଳେ l କ. ନୂଆଗାଁ ବ୍ଲକ ର ଲେତିଙ୍ଗିଆ ଗ୍ରାମ ପଂଚାୟତ ର ପିଲାମାନେ ଅନଲାଇନ ପାଠପଢ଼ା କଣ ଜାଣନ୍ତି ନାହିଁ l ଗତ ସରକାର ଅମଳ ରେ ପ୍ରତ୍ୟେକ ଗ୍ରାମ ପଂଚାୟତ ରେ ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇଛି, ଇ ଲାଇବ୍ରେରୀ ପାଇଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ସତ କିନ୍ତୁ ଏହା ଧର୍ମକୁ ଆଖିଠାର, ଗାଁ କୁ ନେଟୱାର୍କ ଆସୁନଥିବାରୁ ସ୍ମାର୍ଟ ସ୍କୁଲ ର ଯନ୍ତ୍ରଂlଶ ନଷ୍ଟ ହେବାକୁ ବସିଲାଣି ପିଲାମାନେ ସରକାରଙ୍କ ସ୍ଲୋଗାନ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ କୁ କିଭଳି ସାକାର କରିବେ ଏମିତି ପାଠ ପଢିଲେ କେମିତି ବଢିବେ ସେନେଇ ଉଠୁଛି ପ୍ରଶ୍ନ l ନେଟୱାର୍କ ଆସୁନଥିବାରୁ ସରକାରୀ କାମ ହୋଇ ପାରୁନି l ରୋଗୀ ଓ ପ୍ରସୂତୀ ମହିଳା ଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ଅସୁବିଧା ହେଉଛି l ଆସନ୍ନ ପ୍ରସବା ମହିଳା ଓ ରୋଗୀ ଚିକିତ୍ସା ସେବା ନ ପାଇ ବହୁଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଟାୱାର ନିର୍ମାଣ ପରେ ଦୀର୍ଘ ୩ ବର୍ଷ ହେବ କାର୍ଯ୍ୟକ୍ଷମ ହେଉନ ଥିବାରୁ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇଛି l ଗତ ସରକାର ସମୟରେ ଟାୱାର କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବହୁବାର କ. ନୂଆଗାଁ ବିଡ଼ିଓ, କନ୍ଧମାଳ ଜ଼ିଲ୍ଲାପାଳ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳସୁନ l ବର୍ତ୍ତମାନ ର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ମଧ୍ୟ ଅବଗତ କରିଥିବା କହିଛନ୍ତି ଗ୍ରାମବାସୀ ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ପଚାରିବାରୁ ଖୁବ ଶୀଘ୍ର ଲେଟିଙ୍ଗିଆ ରେ ନେଟୱାର୍କ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି l
What's Your Reaction?






