କର୍ଲାମୁଣ୍ଡା ଓ ରେଗଡା ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ....

Aug 26, 2024 - 17:45
Aug 26, 2024 - 17:47
 0  113
କର୍ଲାମୁଣ୍ଡା ଓ ରେଗଡା ଠାରେ  ଆୟୁଷ୍ମାନ ଆରୋଗ୍ୟ ଶିବିର ....

କର୍ଲାମୁଣ୍ଡା: (ଲୋକ ଆବାଜ୍. ଇନ୍ ବ୍ୟୁରୋ)

 କଳାହାଣ୍ଡି ଜିଲ୍ଲା ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ଅୟୁସ୍କାନ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ବିଶ୍ୱ ଜୀତମୁଣ୍ଡ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ କୁମାର ଧରୁଆ,ଡାକ୍ତର ଅଖିଲେସ ସାମଲ,ପ୍ରମୁଖ ଯୋଗ ଦେଇ ୧୩୨ ଜଣ ରୋଗୀ ଙ୍କୁ ଚିକିତ୍ସା ସେବା ଯୋଗାଇ ଥିଲେ।କାର୍ଯ୍ୟକ୍ରମ ରେ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍, ସିଏଚଓ ପ୍ରମୋଦ ସାହୁ,ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟା ମାଝୀ, ଫାର୍ମାସିଷ୍ଟ ପବିତ୍ର ରଣା, ସୁବେନ୍ଦୁ ନାଏକ ଶିବିର ଆୟୋଜନ ରେ ସହଯୋଗ କରିଥିଲେ।

ଠୀକ ସେହିପରି ବ୍ଲକ ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେଗଡା ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନଷ୍ଠିତ ହୋଇଥିଲା। ଏହି ଶିବିର ରେ ଉଚ୍ଚ ରକ୍ତଚାପ ୧୩ଜଣ ମଧୂମେୟ ୭ ଜଣ ଅନ୍ୟାନ୍ୟ ୩୫ଜଣ ସମୁଦାୟ ୫୫ଜଣ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା। ଉକ୍ତ କାର୍ଯ୍ୟକ୍ରମ ରେ ରେଗଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ଆୟୁଷ ଡାକ୍ତର ଲଭଲି ସାହୁ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର କମ୍ୟୁନିଟି ହେଲଥ୍ ଅଫିସର କାଳୀ ପ୍ରସାଦ ହୋତା, ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଗୀତା ପାଣିଗ୍ରାହି ,ପ୍ରିୟଙ୍କା ଚୌଧୁରୀ,ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ଦୀପ ,ଆଶା କର୍ମୀ ଟିକେଶ୍ୱରି ହରିଜନ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow