କର୍ଲାମୁଣ୍ଡା ବ୍ଲକ ରେ ନୂତନ ସିଡିପିଓ ଙ୍କ ଯୋଗଦାନ

କର୍ଲାମୁଣ୍ଡା: ଲୋକ ଆବଜ୍. ଇନ୍ (ବ୍ୟୁରୋ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ରେ ନୂତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କଳ୍ପଲତା ତ୍ରିପାଠୀ ଯୋଗ ଦେଇ ଛନ୍ତି lତାଙ୍କ ଯୋଗଦାନ ସମୟରେ ଆଇସିଡିଏସ ସୁପରଭାଇଜର କୁଶୁମ ପଣ୍ଡା,ଉର୍ମିଳା ସାହୁ,ମିଶନ ଶକ୍ତି ବିପିସି ବିପିନ ବାରିକ, ଡିଇଓ ସୁବ୍ରତ ରଣା, ରାଜୁ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସିଡିପିଓ ଙ୍କୁ ସ୍ୱାଗତ ଜଣେଇଥିଲେ।ସେ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ପିଓ ଭାବେ କାର୍ଯ୍ୟରତ ଥିଲେ। ତେବେ ସମସ୍ତ ଙ୍କ ସହଯୋଗରେ କର୍ଲାମୁଣ୍ଡା ବ୍ଲକ ରେ ଆଇସିଡିଏସ ବିଭାଗ ର ସମସ୍ତ ସେବା କିଭଳି ସମସ୍ତ ଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ସିଡିପିଓ ପ୍ରକାଶ କରିଛନ୍ତି l
What's Your Reaction?






