ପଲଶାଗୋରା ମୁରାସୁର ଦରବାର ପାଇଁ କଳାକାର ବରଣ ହୃଷିକେଶ ଭୋଇ ହେବେ ମୁରାସୁର

Aug 22, 2024 - 17:20
 0  25
ପଲଶାଗୋରା ମୁରାସୁର ଦରବାର ପାଇଁ କଳାକାର ବରଣ ହୃଷିକେଶ ଭୋଇ ହେବେ ମୁରାସୁର

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ମୁରାସୁର ଦରବାର  ପାଇଁ କଳାକାର ବରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି |ଚଳିତ ବର୍ଷ ମଧ୍ୟ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ରେ କଂସ ଭୂମିକା ରେ ଅଭିନୟ କରୁଥିବା ଅଭିନେତା ହୃଷିକେଶ ଭୋଇ ଙ୍କୁ ମୁରାସୁର ଭୂମିକାରେ ଅଭିନୟ କରିବା ପାଇଁ ବରଣ କରିଥିବା ବେଳେ ମହାମନ୍ତ୍ରୀ ଭୂମିକା ରେ ନନ୍ଦିଘୋଷ ମହାପାତ୍ର ଙ୍କୁ ସ୍ୱସ୍ତିକ କ୍ଲବ ତରଫରୁ ନଡ଼ିଆ ଓ ଫୁଲମାଳ ଦେଇ ବରଣ କରିଥିଲେ |ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ଅବସରରେ ଅକଟୋବର 16ତାରିଖ ରୁ 23ତାରିଖ ପର୍ଯ୍ୟନ୍ତ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ କମିଟି ତରଫରୁ ଚୂଡାନ୍ତ ନିଷ୍ପତି ନିଆଯାଇଛି |ଏହି ବରଣ କାର୍ଯ୍ୟକ୍ରମ ରେ କମିଟି ର ସଭାପତି ଶାନ୍ତନୁ ମହାପାତ୍ର, ସମ୍ପାଦକ ବିଘ୍ନେଶ ପ୍ରଧାନ, ଉପଦେଷ୍ଟା ସୁଧୀର ପଣ୍ଡା,ରଞ୍ଜନ ମିଶ୍ର,ରଞ୍ଜନ ପଣ୍ଡା,ଅସୀମ ଅଭିଷେକ ପଣ୍ଡା,ସନ୍ତୋଷ ସାହୁ, କୁନ୍ଦନ ଦନ୍ତା, ଅଚ୍ୟୁତ ଖମାରୀ, କୁନା ଭୋଇ,ମହେନ୍ଦ୍ର ପ୍ରଧାନ,ଅଭିନେତା ମନୋଜ ମହାନ୍ତି ଓ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

What's Your Reaction?

like

dislike

love

funny

angry

sad

wow