କର୍ଲାମୁଣ୍ଡା ଶିଶୁମନ୍ଦିର ରେ ଏସ.ବି. ଆଇ. ଲାଇଫ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Aug 30, 2026 - 21:22
 0  11
କର୍ଲାମୁଣ୍ଡା ଶିଶୁମନ୍ଦିର ରେ ଏସ.ବି. ଆଇ. ଲାଇଫ  ପକ୍ଷରୁ ବିଭିନ୍ନ  ପ୍ରତିଯୋଗିତା  ଅନୁଷ୍ଠିତ

କର୍ଲାମୁଣ୍ଡା: ୩୦/୮(ଲୋକ ଆବାଜ୍. ଇନ୍ , ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏସ.ବି. ଆଇ ଲାଇଫ ଟିଟିଲାଗଡ଼ ଶାଖା ପକ୍ଷରୁ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାଏହି ଅବସର ରେ ଆୟୋଜିତ ପୁରସ୍କାର ବିତରଣ ସଭା ରେ ଟିଟିଲାଗଡ଼ ଏସବିଆଇ ବ୍ୟାଙ୍କ ଶାଖା ପରିଚାଳକ ଲୋକେଶ ପ୍ରକାଶ ନାୟକ, ଉନ୍ନୟନ ବିଭାଗ ଟିଟିଲାଗଡ଼ ଶାଖା ର ରାଜେନ୍ଦ୍ର ବାଗ ,ଗୋପାଳ ଚନ୍ଦ୍ର ସାହୁ, ଅନୁଷ୍ଠାନ ସମ୍ପାଦକ କୁଞ୍ଜ ସାହୁ, ପ୍ରଧାନଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ସହ ଶିକ୍ଷା, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧି ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି କହିଥିଲେ।

କୃତୀ ଛାତ୍ରୀ ଛାତ୍ର ଙ୍କୁ ପ୍ରମାଣ ପତ୍ର ସହ ପୁରଷ୍କୃତ କରା ଯାଇଥିଲା । ଏଥିରେ ଅଭିଭାବକ, ଅଭିଭାବିକା, ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ 

What's Your Reaction?

like

dislike

love

funny

angry

sad

wow