କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ପକ୍ଷରୁ ସମ୍ମାନୀତ ହେଲେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷl

କର୍ଲାମୁଣ୍ଡା: ଲୋକ ଆବାଜ. ଇନ୍ (ବ୍ୟୁରୋ ରିପୋର୍ଟ୍)
କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କୁ ସମାଜସେବା ପାଇଁ ଦିବ୍ୟଙ୍ଗ ମଞ୍ଚ ପକ୍ଷରୁ ମାନପତ୍ର ଓ ଉପଢ଼ୋକାନଦେଇ ସମ୍ମାନିତ କରାଯାଇଥିଲା।ପ୍ରକାଶଥାଉକି ଶ୍ରୀମତୀ ସାହୁ ଦୁଇ ଥର ବ୍ଲକ ଅଧ୍ୟକ୍ଷ ହେଲେଣି l
ମଞ୍ଚ ର ସଭାପତି ସୁରେଶ ଚୋୖଧୁରୀ ସଭାପତିତ୍ବରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ର ପ୍ରାୟ ପାଞ୍ଚ ଶହ ଦିବ୍ୟାଙ୍ଗ ଭାଇ ଭଉଣୀ ସାମିଲ ହୋଇଥିଲେ, ପ୍ରଥମେ ମା ମାଣିକେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଡି.ପି.ଏମ୍.ୟୁ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ,ମୁଖ୍ୟ ବକ୍ତା ଶିକ୍ଷାବିତ ଡଃ ଉମେଶ ଶତପଥୀ , ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଅଜୟ ମିଶ୍ର, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ବି.ଏସ.ଏସ.ଓ ସସ୍ମିତା ହୋତା ମଞ୍ଚାସୀନ ଥିଲେ।ପାରା ଜୁଡୋ ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଦିବ୍ୟାଙ୍ଗ ମୋହନ ସାହୁ ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା, ପାଞ୍ଚ ଜଣ ଦୃଷ୍ଟିବାଧିତଙ୍କୁ ଧଳା ବାଡି ଦିଆଗଲା।ଦିବ୍ୟାଙ୍ଗ ଭାଇମାନଙ୍କ ଦ୍ଵାରା ସଂକୀର୍ତ୍ତନ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରିୟବ୍ରତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ ।ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ସାଇଟ ସେଭର ଇଣ୍ଡିଆ ସହଯୋଗ କରିଥିଲେ l
What's Your Reaction?






