ସାର୍ତ୍ତୁଲ ପଞ୍ଚାୟତ ରେ ବାଘ ଆତଙ୍କ, ଘଟଣା ସ୍ଥଳରେ ପହଁଚିଲା ବନ ବିଭାଗ

,କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରେଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ,.ଗତ ଶନିବାର ଦିନ ଅପରାହ୍ନ ପାଞ୍ଚଟା ରେ ଗ୍ରାମବାସୀ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଲେl କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ଦେଖିବାକୁ ମିଳି ଥିଲା l ଛେଳି ଗୁଡିକ ଖଣ୍ଡିଆ ହୋଇ ପଡିଥିଲା l ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି l ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି l
ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଛନ୍ତି l ଫଳରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟ ଭିତ ହୋଇ ରହୁଛନ୍ତିl ବାଘ ଗ୍ରାମର .ଉପେନ୍ଦ୍ର ପାଟମାଝି, ର ୬ ଗୋଟି ଛେଳି,.ମହନ୍ତ ବଡ଼ମାଝି ଙ୍କ ଗୋଟିଏ ଛେଳି.,.ଆର୍କିଷନ ପାଟମାଝି ଗୋଟିଏ ଛେଳି,ଓ ଜିନାନ୍ତ ପାଟମାଝି ଦୁଇଟି ଛେଳି ମlରି ଖାଇଥିବା ଅଭିଯୋଗ ହୋଇଛି l ଖବର ପାଇ କୋଟଗଡ ବନ ବିଭାଗ ରେଞ୍ଜ ର ବାଳ ଗୋପାଳବେହେରା, ଫରେଷ୍ଟର ଯୋଗେଶ୍ୱର ଧାରୁଆ ଙ୍କ ସମେତ ଏକ ଟିମ ଦୁଇ ଘଣ୍ଟା ପରିଶ୍ରମ କରି ପାହାଡ଼ ଉପରେ ଚଢି ତଦନ୍ତ ଚଳାଇଛି l ବାଘ ମାତି ଥିବାରୁ ଜଙ୍ଗଲ ଭିତର ପ୍ରବେଶ କରିବାକୁ ବାରଣ କରିଛି ବନ ବିଭାଗ ବାଘ ର ଗତିବିଧି ଲକ୍ଷ୍ୟ କରିବାକୁ ଜଙ୍ଗଲ ରେ କ୍ୟାମେରା ଖଞ୍ଜା ଯାଇଛି lପ୍ରାଥମିକ ତଦନ୍ତ ପରେ କଲରା ପତରିଆ ବାଘ ବୋଲି କହିଛନ୍ତି ରେଞ୍ଜର l କ୍ଷତିଗ୍ରସ୍ତ ପରିବାର ଙ୍କୁ ସରକାରୀ ଗାଇଡ଼ଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର ବାଳଗୋପାଳ ବେହେରା ସୂଚନା ଦେଇଛନ୍ତି l
What's Your Reaction?






