କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ୍ କଲାରକୋଠା ଠାରେ ୟୁଥ୍ ଫ୍ରେଣ୍ଡ୍ ଆସୋସିଏସନ୍ ପକ୍ଷ ରୁ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ପ୍ରଫୁଲ୍ଲ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ପୂର୍ବ ବର୍ଷ ର ଆୟ ବ୍ୟୟ ର ହିସାବ କରାଯିବ ସହ ଚଳିତ ବର୍ଷ ପୂଜା କୁ କିପରି ଆକର୍ଷଣୀୟ କରାଯିବ ସେ ବିଷୟ ରେ ସଦସ୍ୟ ମାନଙ୍କ ମତ ଲୋଡା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟ ରେ ସମ୍ପାଦକ ପ୍ରକାଶ ରଣା, କୋଷାଧ୍ୟକ୍ଷ ତରଣିସେନ୍ ସାହୁ, ସଂଯୋଜକ ଧରଣିସେନ୍ ସାହୁ,ସଂଘ ର ପ୍ରତିଷ୍ଠାତା ଶକ୍ତି ପ୍ରସାଦ ନାୟକ ଙ୍କ ସମେତ ବହୁ ସଦସ୍ୟ ଏହି ବୈଠକ ରେ ଅଂଶ ଗ୍ରହଣ କରିଥଲେ।ଶେଷ ରେ ମନୋଜ ଶର୍ମା ଧନ୍ୟବାଦ୍ ଦେଇଥିଲେ।
What's Your Reaction?






