କୈଳାସୀ ଯାତ୍ରାର ବୈଠକ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକଖଟ ଖଟିଆ ପଂଚାୟତ ଅନ୍ତର୍ଗତ ସାନମନମୁଣ୍ଡା ଠାରେ ଭିକାରୀ ଚରଣ ନାଟ୍ୟ ସଂସଦ ଦ୍ୱାରା କୈଳାସୀ ଯାତ୍ରା ଉପଲକ୍ଷେ ଏକ ବୈଠକ ସଭାପତି ନରେନ୍ଦ୍ର ମହାଳିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି !
ଉକ୍ତ ବୈଠକରେ ନାଟ୍ୟ ନିର୍ଦେଶକ ଦିଲ୍ଲୀପ କୁମାର ମହାନ୍ତି,ଉପଦେଷ୍ଟା ଉଦ୍ଧବ ମହାଳିକ, ସମ୍ପାଦକ ସତ୍ୟରାଜ ନାଏକ ଉପସ୍ଥିତ ଥିଲେ ! ଆସନ୍ତା ନଭେମ୍ବର 12 ତାରିଖରେ କୈଲାସୀ ଯାତ୍ରା ଉପଲକ୍ଷେ ଏକ ସାମାଜିକ ନଟିକା " ହେଁ ମଣିଷ କାନ୍ଦିବା ଆସ ମଞ୍ଚସ୍ଥ କରିବା ପାଇଁ ନିଷ୍ପତ୍ତି ନିଆଯାଇ ବହି ପୂଜା କରାଗଲା l ଉକ୍ତ ନାଟକ ଅଭିନେତା ଭାବେ ସୁରେଶ ନାଏକ, ରବଣୀ ବାଘ, ବିଶ୍ଵାମିତ୍ର ବାଘ ସହ 21ଜଣ କଳାକାର ଙ୍କୁ ଚୟନ କରାଗଲା ! ଶେଷରେ ଅଭିମନ୍ୟୁ ନାଏକ ଧନ୍ୟବାଦ ଦେଇଥିଲେ !
What's Your Reaction?






