ବନବିଭାଗ ଦ୍ୱାରା ବିପୁଳ ପରିମାଣ କେନ୍ଦୁ ଗଣ୍ଡି ଜବତ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବନ ବିଭାଗ ପକ୍ଷରୁ ବହୁ ପରିମାଣର ମୂଲ୍ୟବାନ କେନ୍ଦୁ ଗଣ୍ଡି ଜବତ କରାଯାଇଛି l ସୂଚନା ପ୍ରକାରେ କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡା ବନ ବିଭାଗ ଅନ୍ତର୍ଗତ ଉମା ବିଟର କଚେରମାଳ ପୋଖରୀ ନିକଟରେ କାଠବେପାରୀ ମାନେ ମାନେ ବିକ୍ରୟ ଉଦ୍ଦେଶ୍ୟରେ ବହୁ ପରିମାଣର ମୂଲ୍ୟବାନ କେନ୍ଦୁ ଗଣ୍ଡି ରଖିଥିଲେ l
କୌଣସି ସୂତ୍ରରୁ ଖବର ପାଇବା ପରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ରେଞ୍ଜର, ଘଣ୍ଟାପଡା ବନପାଳ ଏବଂ ବନ ବିଭାଗର କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚି ଗଛିତ ଥିବା କେନ୍ଦୁଗଣ୍ଡିକୁ ଜବତ କରିଛନ୍ତି l ୪୧ଟି କେନ୍ଦୁ ଗଣ୍ଡି ଜବତ କରାଯାଇଛି, ଉକ୍ତ ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ ବୋଲି ଘଣ୍ଟାପଡା ବନପାଳ ଚନ୍ଦ୍ରଶେଖର ଦାଶ ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ ଯେ କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବିଭିନ୍ନ ସମୟରେ ବାହାର ରାଜ୍ୟକୁ ବାରମ୍ବାର ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଛି l ବନ ବିଭାଗର ଅପାରଗତା ଫଳରେ ଜଙ୍ଗଲ ବୃଦ୍ଧି ପରିବର୍ତ୍ତେ ଧ୍ବଂସ ହେବାକୁ ବସିଲାଣି l ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ l
What's Your Reaction?






