କୋକସରା ଜେ ଏମ ଏଫ ସି କୋର୍ଟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ :

କୋକସରା ଜେଏମଏଫସି କୋର୍ଟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ।
ଧର୍ମଗଡ଼: ଲୋକ୍ ଆଵାଜ୍.ଇନ୍(ସନତ କୁମାର ପ୍ରଧାନୀ)
କଳାହାଣ୍ଡିକୋକସରା ବ୍ଲକ ଜେଏମଏଫସି କୋର୍ଟ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ଦ୍ୱାରା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଲିପ୍ସା ରାଉତ ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି I ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷା ଶ୍ରୀମତୀ ରାଉତ ଆନ୍ତର୍ଜାତିକ ମହିଳା ଦିବସ ର ଶୁଭେଚ୍ଛା ଜଣେଇବା ସହ ମହିଳା ମାନଙ୍କ ପାଇଁ ଗୃହୀତ ହୋଇଥିବା ବିଭିନ୍ନ ଅଧିନିୟମ ତଥା ଅଧିକାର ବିଷୟରେ ବୁଝାଇ ଥିଲେ ତଥା ତାଳୁକ ଆଇନ ସେବା କଣ ଓ ଯଦି କୌଣସି ମହିଳାଙ୍କ ପ୍ରତି ଅନ୍ୟାୟ, ଅବିଚାର ହେଉଛି ସେ ମାଗଣା ଆଇନ ସେବା ର ଲାଭ କି ଭଳି ଭାବରେ ପାଇ ପାରିବେ ତାହା କହିଥିଲେ ଏବଂ ନାରୀ ଶଶକ୍ତିକରଣ ପାଈଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ସମ୍ୟକ ଧାରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା,ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାଏକ, ରସିକ ରାଜ ଦୁର୍ଗା,ପଞ୍ଚାନନ ବେଶ୍ରା, ଲକିଧର ମେହେର, ଉଗ୍ରେସନ ବାଗ,ସିଦ୍ଧାର୍ଥ ଠାକୁର, ସୁଜିତ ପଟ୍ଟନାୟକ, ଜଗା ପଟ୍ଟନାୟକ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଓ କୋକସରା କୋର୍ଟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?






