କୋକସରା ସି ଏଚ ସି ରୁ ଏଡ଼ସ ସଚେତନତା ନେଇ ଗଡ଼ିଲା ସଚେତନତା ରଥ

Mar 3, 2025 - 17:50
 0  5
କୋକସରା ସି ଏଚ ସି ରୁ ଏଡ଼ସ ସଚେତନତା ନେଇ ଗଡ଼ିଲା ସଚେତନତା ରଥ

କୋକସରା ସିଏଚସି ରୁ ଏଡସ ସଚେତନ ନେଇ ଗଡ଼ିଲା ସଚେତନତା ରଥ।

ଧର୍ମଗଡ଼:ଲୋକ ଆବାଜ ଇନ:ସନତ କୁମାର ପ୍ରଧାନୀ

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏଡ଼ ସ ସଚେତନତା ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ତତ୍ଵଦର୍ଶି ଦାସ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ କୋକସରା ବ୍ଲକ ର ସବୁ ଗ୍ରାମ କୁ ଯାଇ ଲୋକଙ୍କୁ ଏଚଆଇଭି ସଂକ୍ରମଣ କେମିତି ହୁଏ ଓ ଏହାର ନିରାକରଣ ବିଷୟରେ ସଚେତନ କରିବ ।କେମିତି ଏହି ରୋଗ ବିଷୟରେ ଆହୁରି ଜାଣିବେ ଓ ସଚେତନ ହେବେ ସେ ବିଷୟରେ ସ୍ଥାନୀୟ ଲୋକ ଗୀତ ମାଧ୍ୟମରେ ଲୋକଙ୍କୁ ସୁଚିତ କରିବ ବୋଲି ଡ଼.ଦାଶ କହିଥିଲେ। ଆଜିର ଏହି କାର୍ଯକ୍ରମ ରେ ଧର୍ମଗଡ ସବ୍ ଡିଭିଜନ ହସ୍ପିଟାଲ ର ଆଇସିଟିସି ସୁପରଭାଇଜର ସୁରେନ୍ଦ୍ର କୁମାର ସାହୁ, କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ର ଏଡ଼ସ ପରାମର୍ଶଦାତା ଝସକେତନ ବାରିକ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଲା ଛତ୍ରିଆ, ସୁପରଭାଇଜର କେତନ୍ ପାତ୍ର, ଭିବିଡିଟିସ୍ ଦୁଷ୍ମନ୍ତ କୁମାର ରାଉତ, ସ୍ବାସ୍ଥ୍ୟକର୍ମୀ ନୀଳମଣି ଖମାରୀ ଓ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow