କୋଶଳେଶ୍ୱର ହାଇସ୍କୁଲରେ ପିଏମ୍ ଶ୍ରୀ କ୍ରୀଡା ଅନୁଷ୍ଠିତ

Mar 10, 2025 - 20:26
 0  13
କୋଶଳେଶ୍ୱର ହାଇସ୍କୁଲରେ ପିଏମ୍ ଶ୍ରୀ କ୍ରୀଡା ଅନୁଷ୍ଠିତ

ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

              ଡୁଙ୍ଗୁରିପାଲି ସ୍ଥିତ ପିଏମ୍ ଶ୍ରୀ କୋଶଳେଶ୍ୱର ହାଇ ସ୍କୁଲ ର ପିଏମ୍ ଶ୍ରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିତ୍ ବି.ପୁରୁଷୋତ୍ତମ ପାତ୍ର ତଥା ସମ୍ମାନିତ ଅତିଥି ଭାବେ ଲାଲ୍ମନି କ୍ରିକେଟ ର ପିଚ୍ କୁରେଟର ତଥା ପ୍ରଥମ ଥର ଭାରତୀୟ କ୍ରିକେଟ ମ୍ୟାଚ ରେ ବାରବାଟି ଷ୍ଟାଡିୟମ୍ ରେ ପିଚ୍ କ୍ୟୁରେଟର ଦଳ ରେ ମନୋନୀତ ହୋଇଥିବା ବି.ସୁଦର୍ଶନ ପାତ୍ର (ଲୁଲୁ) ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା ଏବଂ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା ଖୋ ଖୋ ଖେଳାଳି ବେଦବ୍ୟାସ ବିଭାର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବାଳିକା ଜୁନିଅର ବିଭାଗରେ ସଂସ୍କୃତି ମିଶ୍ର , ସିନିୟର୍ ଚାମ୍ପିଅନ ଭାବେ ସସ୍ମିତା ମେହେର ଏବଂ ବାଳକ ଜୁନିଅର ବର୍ଗରେ ସୋହମ୍ କୁମ୍ଭାର ଓ ସିନିୟର୍ ବର୍ଗରେ ଯତୀନ ବିଶି ଙ୍କୁ ଅତିଥି ଙ୍କ ଦ୍ଵାରା ଚମ୍ପିଅନ ଟ୍ରଫି ପ୍ରଦାନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ଚକାନୟନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏକାଦଶ ବର୍ଗେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଚୌଧୁରୀ ବିଭାର ଓ ଆଦିତ୍ୟ କିଶୋର ପାଢ଼ୀ କାର୍ଯ୍ଯ କ୍ରମ ସଂଯୋଜନା କରିଥିଲେ।ଶିକ୍ଷୟତ୍ରୀ ନନ୍ଦିନୀ ମାହାଣା ଓ ସ୍ନେହଲତା ଖେତି ମଞ୍ଚ ପରିଚାଳନା କରିଥିଲେ।ଖେଳ ଶିକ୍ଷକ ଜୟନାରାୟଣ ମିଶ୍ର,ସଞ୍ଜୟ ପ୍ରଧାନ,ମାନସ ରଞ୍ଜନ ଭୋଇ,ସଂଯୁକ୍ତା ଦାସ,ପୁଷ୍ପାଞ୍ଜଳି ନାୟକ,ମାନସୀ ରାଣୀ, ନିବେଦିତା ମିଶ୍ର,ନିହାରିକା ମିଶ୍ର,ନର୍ମଦା ପାତ୍ର ଖେଳ ର ବିଭିନ୍ନ ଇଭେଣ୍ଟ କୁ ପରିଚାଳନା କରିଥିଲେ।ଏଥିରେ ବାଳମୁକୁନ୍ଦ ସେଠି,ଦାମୋଦର ଠେଟୁଆଲ,ଚମାର ବାଘ,ଗିରିଶ ଚନ୍ଦ୍ର ଭରାସାଗର କମିଟି ସଭ୍ୟ ମନୋଜ ପଲିଆ ଏବଂ ଅଭିଭାବକ /ଅଭିଭାବିକା ମାନେ ସହଯୋଗ କରିଥିଲେ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୫ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ସ୍ବାଗତ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରାଯାଇଥିଲା।ଏଥିରେ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। 

What's Your Reaction?

like

dislike

love

funny

angry

sad

wow