କଣ୍ଟାମାଳ ବ୍ଲକ ର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଅଞ୍ଚଳର ଘଣ୍ଟାପଡା, ଖୁଣ୍ଟିଗୋରା, ଆମ୍ବଗାଁ, କଣ୍ଟାମାଳ, ପଳସାଗୋରା, ଖଟଖଟିଆ, ଋଣ୍ଡିମହୁଲ, କାଳରlକୋଠା, ଦେଉଳଡୁଙ୍ଗୁରି,ମନମୁଣ୍ଡା ଆଦି ସ୍ଥାନରେଦୁଇଦିନ ଗୁରବାର ଓ ଶୁକ୍ରବାର ଦିନ ଜାକଜକମରେ ଦୀପାବଳି ପାଳନ କରାଯାଇଛି l ତେବେ କଣ୍ଟାମାଳ ବ୍ଳକ ଅଇଁଲାଚୂଆଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସରେ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ପରିବେଶ ସନ୍ତୁଳିତ ରକ୍ଷା ପାଇଁ ବାଣ ନ ଫୁଟାଇ ଛାତ୍ରୀନିବାସ ପରିସରରେ ଅନ୍ତେବାସୀ ଛାତ୍ରୀମାନେ ଦୀପ ଜାଳି ନାଚଗୀତରେ ଦୀପାବଳିର ମଜାନେଇ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦେଇଛନ୍ତି ।
ଛାତ୍ରୀ ପ୍ରିତୀପ୍ରଜ୍ଞା ସାହୁଙ୍କ କହିବାନୁସାରେ ବାଣ ଫୁଟାଇବା ଦ୍ଵାରା ପ୍ରଥମତଃ ବାଣକୁ ବହୁତ ମୂଲ୍ୟରେ କିଣିବାକୁ ହୁଏ, ଏହାକୁ ଫୁଟାଇବା ଦ୍ଵାରା ଖୁବ୍ ଜୋରରେ ଶବ୍ଦ ହୋଇ ଶବ୍ଦ ପ୍ରଦୁଷଣ କରେ, ଦାରୁରୁ ନିର୍ଗତ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ଦୂଷିତ କରେ,ଫଳରେ ମଣିଷ ବିଷାକ୍ତ ବାୟୁକୁ ଗ୍ରହଣ କରିବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେଣୁ ସମାଜକୁ କିଛି ଶିକ୍ଷଣୀୟ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏପରି ଢଙ୍ଗରେ ଦୀପାବଳୀକୁ ପାଳନ କରିଅଛୁ । ଅନ୍ତେବାସୀଙ୍କ ଏପରି ଦୀପାବଳୀ ପାଳନକୁ ସଚେତନ ମହଲରେ ପ୍ରଶଂସା କରିଛନ୍ତି ।
What's Your Reaction?






