କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଙ୍କ ଦ୍ୱାରା ଖୋଲୋ ଇଣ୍ଡିଆ ସେଣ୍ଟର ର ଶୁଭ ଉନ୍ମୋଚନ :

Apr 20, 2025 - 18:03
 0  52
କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଙ୍କ ଦ୍ୱାରା ଖୋଲୋ ଇଣ୍ଡିଆ ସେଣ୍ଟର ର ଶୁଭ ଉନ୍ମୋଚନ :

କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଙ୍କ ଦ୍ୱାରା ଖୋଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ:

ନିଜେ ଫିଟ୍ ରହି ସ୍କୁଲ୍ କୁ ଫିଟ୍ ରଖିବା ଜରୁରୀ,କ୍ରୀଡ଼ା ମନ୍ତ୍ରୀ: 

ସୁବର୍ଣ୍ଣପୁର: ଲୋକ୍ ଆବାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ମନ୍ତ୍ରୀ କ୍ରୀଡା ଓ ଯୁବସେବା ବିଭାଗ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟର କୁ ଆଭାସୀ ମାଧ୍ୟମରେ ଶୁଭ ଉନ୍ମୋଚନ କରିଥିଲେ। ସେ ଏହି ଅବସରରେ ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ନିମନ୍ତେ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରି ଏହି କେନ୍ଦ୍ର ଆଗାମୀ ଦିନରେ ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି ଜିଲ୍ଲାର କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସୂଚୀତ କରିଛନ୍ତି। ଓ ନିଜେ ଫିଟ୍ ରହି ସ୍କୁଲ୍ କୁ ଫିଟ୍ ରଖିବା ଜରୁରୀ ବୋଲି ମତ ରଖି ଖୁବ୍ କମ୍ ଜିଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ କୁ ବାଛି ଛନ୍ତି ତା ଭିତରେ ସୋନପୁର ଗୋଟାଏ l ଛାତ୍ରୀ ଙ୍କ ଭିତରେ ସୁଯୋଗ ସୃଷ୍ଟି ହେଉ ଓ କ୍ରୀଡ଼ା କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲା ନାଁ କରୁ ବୋଲି ମତ ରଖି ସମସ୍ତ ଙ୍କ ଉଦ୍ୟମ ରେ ଓଡ଼ିଶା ରେ ସ୍ପୋର୍ଟସ ର ଏକ ହବ୍ ତିଆରି ହେବ ବୋଲି ମନ୍ତ୍ରୀ ପ୍ରକାଶ କହିଥିଲେ l ଅଲ୍ ଇଣ୍ଡିଆ ୟୁନିଭର୍ଶିଟି ନେସେନାଲ ଚାମ୍ପିଅନସିପ ଜିତା ପାତ୍ର ଓ ସ୍କୁଲ୍ ଲେବେଲ ନେସନାଲ ଚାମ୍ପିଅନସିପ ସୁନୀତା ରାଜହଂସ କୁ ମନ୍ତ୍ରୀ ପ୍ରଶଂସା କରିଥିଲେ l 

ଜିଲ୍ଲାପାଳ ଙ୍କ ଅଫିସ୍ ଆଭାଷୀ ଚେମ୍ବର ଠାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର, କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ଆଇ ପି ଇ ଓ ସତ୍ୟ ନାରାୟଣ ତ୍ରିପାଠୀ , କୋଚ , ଖେଳ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କ୍ରୀଡା ଛାତ୍ର ଛାତ୍ରୀ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ

What's Your Reaction?

like

dislike

love

funny

angry

sad

wow