ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୨୩ ୟୁନିଟ ରକ୍ତ ସଂଗ୍ରହ

Blood Donation Camp

Aug 18, 2024 - 21:29
Aug 19, 2024 - 04:43
 0  16

ବୀରମହାରାଜପୁର :ଲୋକ ଆବାଜ. ଇନ,(ବିନୋଦ ପାଣ୍ଡେ ): 

ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଲକ ଖଣ୍ଡହତା ରବୀନ୍ଦ୍ରନାଥ ଜୁନିଅର କଲେଜ ଠାରେ 'ସିୟା' ପରିବାର ଓ ଆମ ଓଡିଶା ତରଫରୁ ରବିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ, କମିରା ସରପଞ୍ଚ ଅନୁସୟା ପଧାନ, ଅଧ୍ୟାପକ ଶରତ ଭୋଇ,, ସାମାଜିକ କର୍ମୀ ସପନ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ। ଡାକ୍ତର ଅମିତ ମୁଦୁଲି ସମସ୍ତ ରକ୍ତଦାତା ଙ୍କୁ ପରୀକ୍ଷା ନିରୀକ୍ଷା କରିଥିବା ବେଳେ ଜିଲ୍ଲା ବ୍ଳଡ ବ୍ୟାଙ୍କ କର୍ମଚାରୀ ଜଗତ ଦରୁଆନ,ସୁଦାମ ବିଶ୍ଵାଲ, ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ସିୟା ପରିବାର ସମ୍ପାଦକ ସୁଦାମ ଗାଈଗରିଆ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ, ପ୍ରମୋଦ ପଣ୍ଡା,ବାଶୁଦେବ ବେହେରା, ସୁକୃ ମେହେର, ସତ୍ୟରଞ୍ଜନ ମେହେର, ଦିଲ୍ଲୀପ ପଧାନ, ଗୋବିନ୍ଦ ପଧାନ ମାହେଶ୍ୱରୀ ସେନା ର ସୁଧାଂଶୁ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow