ଖଡ଼ଙ୍ଗ ନଦୀ ଅଞ୍ଚଳବାସୀଙ୍କ ଜୀବନଧାରା ସଦୃଶ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆୟୋଜିତ ଷଷ୍ଠ ଖଡ଼ଙ୍ଗ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି, ଆଇନଜୀବୀ ମନୋଜ ଶର୍ମା ମୁଖ୍ୟବକ୍ତା, ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ବଡବାହାଲ ସରପଞ୍ଚ ଜୟ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖଡ଼ଙ୍ଗ ହେଉଛି ଅଞ୍ଚଳବାସୀଙ୍କ ଜୀବନଧାରା ବୋଲି କହିଥିଲେ l ଶିକ୍ଷାବିତ ଦିଗାମ୍ବର ସାହୁ ସଭାପତିତ୍ବ କରିଥିଲେ l ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା କରିଥିଲେ l ପରେ ସମଲେଶ୍ୱରୀ କଳା ପରିଷଦ ଭାଳେର, ସମ୍ବଲପୁରୀ ନୃତ୍ୟ କୁରୁକୁପା ଏବଂ କଂସ ଦରବାର ଅନୁଷ୍ଠିତ ହୋଇଥିଲା l ଶ୍ରୀକୃଷ୍ଣ ଜନ୍ମ, କଂସ ମହାରାଜଙ୍କ ରାଜତ୍ୱ, ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ପୁତୁନା ପ୍ରେରଣ ମଞ୍ଚସ୍ଥ ହୋଇଥିଲା l ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ମଞ୍ଚ କଳାକାର ସୁଶିଲ କୁମାର ମେହେରଙ୍କ ନିଖୁଣ ଅଭିନୟ ହଜାର ହଜାର ଦର୍ଶକଙ୍କ ମନମୋହିଥିଲା l ଶୀତ ସତ୍ୱେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମହୋତ୍ସବ, ମିନାବଜାର ଓ ଚୁଟକୁଲା ଖାଦ୍ୟର ମଜା ନେଇଥିଲେ l ମହୋତ୍ସବ ଆବାହକ ଧିରୋଜ ଭୋଇ, ସଭାପତି ମନୋଜ ଦାଶ, ସମ୍ପାଦକ ଭକ୍ତ ସାହୁ, ସାଂସ୍କୃତିକ ପ୍ରଭାରୀ ଲମ୍ବୋଦର ବେହେରା, କମିଟି ସଦସ୍ୟ, ସ୍ବେଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?






