ଖଡିଆଳ ଉପଖଣ୍ଡ ବିଶ୍ଵାବସୁ ଶବର ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନୂଆପଡ଼ା : ଲୋକ ଆଵାଜ୍ .ଇନ ( ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ବିଶ୍ଵାବସୁ କଲ୍ୟାଣ ସମିତି ଉପଖଣ୍ଡ ଖଡ଼ିଆଳ ଆନୁକୁଲ୍ୟରେ ଶବର ସମାଜର ସରଳତା,ସାଧୁତା,ସହନ ଶୀଳତା,ସଂସ୍କାର ପୂର୍ଣ୍ଣ ଚିନ୍ତା ଧାରା,ସହଯୋଗର ହୃଦୟ,ସଂସ୍କୃତି, ସହଭାଗିତା,ଅନୁଶାସନ ମନୋବଳର ମାନସିକତାକୁ ନେଇ ଏକ ମହମଞ୍ଚ 'ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ ପର୍ବ' ବୋଡ଼େନ ବ୍ଲକର ରୋକାଲ ଠାରେ ରୋକାଲ ଶବର ସମାଜର ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି । ବିଶ୍ଵାବସୁ ଶବର ସମାଜର ଐତିହ୍ୟ ,ସଂସ୍କୃତି ତଥା ପରମ୍ପରାକୁ ଜୀବିତ ରଖିବାର ଏକ ଅଭିନବ ପ୍ରୟାସ ହେଉଛି ଏହି ନୂଆଖାଇ ଭେଟ ଘାଟ ଓ ବନ୍ଧୁ ମିଳନ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।ବିଶ୍ଵାବସୁ ଶବର ସମାଜର ସଭାପତି ବାଳକୃଷ୍ଣ ଶବରଙ୍କ ଅଧ୍ୟକ୍ଷତାରେ
ବନ୍ଧୁ ମିଳନର ମୁଖ୍ୟ ପୁରୋଧା ଶବର କୁଳ ଶିରୋମଣି ଶବର ରାଜା ଟିକି ବାବା ଉପସ୍ଥିତ ରହି ଶବର ସମାଜକୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି , ସ୍ଵତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶ୍ଵାବସୁ ଶବର ସମାଜର ଜିଲ୍ଲା ସଭାପତି ସୋମନାଥ ଶବର ,ସନ୍ଥ ଶିରୋମଣି ବନମାଳୀ ଦାସ ,ସତ୍ୟବାନ ଶବର ଚିଫ ଇଞ୍ଜିନିୟର,ଏକ୍ଜିକ୍ୟୁଟିଭ ଇଂଜିନିୟର ପି ଡବ୍ଲୁ ଡି ଭୁବନେଶ୍ଵର ଶବର ,ସାଧାରଣ ସମ୍ପାଦକ କଳାହାଣ୍ଡି ଗୋବର୍ଦ୍ଧନ ଶବର , ସଭାପତି ନୂଆପଡ଼ା ବ୍ଲକ ଦେବ ସିଂ ବିଶ୍ଵାଳ , ଜିଲ୍ଲା ସଭାପତି ବଞ୍ଜାରା ସମାଜ ଈଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲାପରିଷଦ ସଦସ୍ୟା ତନୟା ଶବର , ଶିକ୍ଷାବିତ୍ ସରସ୍ଵତୀ ଶବର ,ନୂଆପଡ଼ା ଜିଲ୍ଲା ସଂଯୋଜକ ବିଦୁର ଶବର , ସଭାପତି ଗଣ୍ଡ ସମାଜ ଭୁବନେଶ୍ୱର ମାଝୀ ,ଉପଦେଷ୍ଟା ଜଗତ ରାମ ଶବର , ଆଇନଜୀବୀ ଅଖିଳ ଶବର , ସଭାପତି ରୋକାଲ ପ୍ରେମ ଶବର , ପୂର୍ବତନ ସରପଂଚ ରୋକାଲ୍ ବିଶିକେଶନ ବିଶ୍ଵାଳ , ଅବସର ପ୍ରାପ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳମତ ଶବର , ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ର କଂସ ମହାରାଜ ହୃଷୀକେଶ ଭୋଇ, ଅ ପ୍ରା ରାଜସ୍ବ ନୀରିକ୍ଷକ ଧନୁର୍ଦ୍ଧର ବିଶ୍ଵାଳ, ତଥା ଜିଲ୍ଲାର ୧୩ ଗୋଟି ଉପକେନ୍ଦ୍ରର ସମସ୍ତ ସଭାପତି ମଞ୍ଚାସିନ ଥିଲେ । ସହ ସହ ସଂଖ୍ୟାରେ ମଆ ମାନେ କଳସ ଯାତ୍ରା ସହ ନଗର ଭ୍ରମଣ କରିଥିଲେ ।ଅତିଥିଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ କାର୍ଯ୍ୟଟି ସଭାପତି ବାଳକୃଷ୍ଣ ଶବର କରିଥିବାବେଳେ ମଞ୍ଚାଶିନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଔପଢ଼ଜନ ଦେଇ ସମ୍ମାନିତ କରିବାର ଗୁରୁ ଦାୟିତ୍ବ ବିଦୁର ଶବର ବହନ କରିଥିଲେ । ନିଜ ସହଧର୍ମିଣୀ ଦୀପାଞ୍ଜଳି ଶବରଙ୍କ ସହ ହେରାମ୍ବ ବିଶ୍ଵାଳ କର୍ତ୍ତା ଭାବରେ ଅବସ୍ଥାପିତ ରହି ଶବର କୂଳ ଶିରୋମଣି ଶବର ରାଜା ଟିକି ବାବାଙ୍କ ପଦ ବନ୍ଦନାର କୃପା ଲାଭ କରିଛନ୍ତି । ଆଦିବାସୀ ମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରତ୍ୟେକ ଯୋଜନାରେ ଯେମିତି ଶବର ସଂପ୍ରଦାୟର ଲୋକ ଲାଭ ପାଇ ଉନ୍ନତି କରିପାରିବେ ସେଥିପାଇଁ ମଞ୍ଚାସିନ ଅତିଥି ଗଣ ସଚେତନତାର ବାର୍ତ୍ତା ପ୍ରଦାନ ତଥା ପ୍ରଚାର କରିଥିଲେ । ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ମୁଖ୍ୟ ବାର୍ତ୍ତା ଶିକ୍ଷିତ ହୁଅ,ସଂଗଠିତ ହୁଅ ଓ ସଂଘର୍ଷ କରି ନିଜ ଜୀବନ ଜୀବିକା ତଥା ସମାଜକୁ ଆଗେଇ ନିଅ ବୋଲି ବକ୍ତାମାନେ ଉତ୍ସାହିତ କରିଥିଲେ । ନିଜର ପବିତ୍ର ଧର୍ମକୁ ବଜାୟ ରଖି ଶବର ସଂସ୍କୃତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କୁ ସମସ୍ତେ ପୂଜନ କରିବା ଏବଂ ପ୍ରଭୁଙ୍କ କୃପା ଲାଭ କରିବା ଆଶାକୁ ସମସ୍ତେ ଅନୁକରଣ କରିବାକୁ ଶପଥ ନେଇଥିଲେ । ସ୍ଵତନ୍ତ୍ର ଅତିଥି ଭୀମ ସେନ ଶବର ଅତିରିକ୍ତ ଜିଲ୍ଲାପାଳ ନୂଆପଡ଼ା ସମ୍ବିଧାନର ପ୍ରିଏମ୍ବୁଲକୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ନାଚ ପରିବେଷଣ କରି ଭଉଣୀମାନେ ସମସ୍ତଙ୍କ ମନକୁ ଟାଣି ନେଇଥିଲେ । ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ ନୂଆପଡ଼ା ଜିଲ୍ଲା ସଂଯୋଜକ ବିଦୁର ଶବର କରିଥିବାବେଳେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଲମତ ଶବର ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସଭାକାର୍ଯ୍ୟ ଶେଷରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ଚହଳ ସୃଷ୍ଟି କରିଥିବା କଂସ ମହାରାଜ ହୃଷୀକେଶ ଭୋଇ ନିଜ କଳାକାର ମାନଙ୍କ ସହିତ କଳା ପ୍ରଦର୍ଶନ କରି ଆଜିକାର ମଞ୍ଚ ଟିକୁ ପ୍ରକମ୍ପିତ କରିପକାଇଥିଲେ । ସମାଜର ହିତ ଉଦ୍ଦେଶ୍ୟରେ ସମାଜ ପାଇଁ ଅହରହ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କୁ ବିଶ୍ଵାବସୁ ଶବର ସମାଜ ତରଫରୁ ବୋଡ଼େନ ବ୍ଲକର ସାମ୍ବାଦିକ ବିଶିକେଶନ ପଣ୍ଡା , ରାମନାଥ ପଣ୍ଡା, ଭାଗ୍ୟବାନ ମାଝୀ, ଗଣେଶ ବାଗ , ମିନିକେତନ ନାଏକ ଓ ପ୍ରକାଶ ଶଗରିଆଙ୍କୁ ପ୍ରଶଂସା ପତ୍ର ଓ ଔପଢ଼ୌକନ ଦେଇ ମୁଖ୍ୟ ଅତିଥି ନିରଞ୍ଜନ ବିଶି ରାଜ୍ୟ ସଭା ସାଂସଦ ଓ ଶବର କୁଳ ଶିରୋମଣି ଶବର ରାଜା ଟିକି ବାବାଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
What's Your Reaction?






