ଓକେସିଏଲ ଭ୍ରାମ୍ୟମାଣ ରଥ କୁପଳସାଗୋରା ଠାରେ ସ୍ୱାଗତ

Dec 2, 2024 - 21:59
 0  7
ଓକେସିଏଲ ଭ୍ରାମ୍ୟମାଣ ରଥ କୁପଳସାଗୋରା ଠାରେ ସ୍ୱାଗତ

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଓକେସିଏଲ ଅଧିକୃତ ଶିକ୍ଷାନୁଷ୍ଠାନ ମାଁ ସରସ୍ବତୀ କମ୍ପୁଟର କେନ୍ଦ୍ର ତରଫରୁ ରବିବାର ଓକେସିଏଲ ଭ୍ରାମ୍ୟମାଣ ରଥ କୁ ସ୍ୱାଗତ କରାଯାଇଥିଲା |କେନ୍ଦ୍ର ନିର୍ଦେଶକ ଦେବାଶିଷ ମଲିକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମ ରେ କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଉଦ୍ଧବ ମହାଲିକ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ପ୍ରଧାନ, କୁଲମଣୀ ଡାଙ୍ଗ, ସାମ୍ବାଦିକ ପୂର୍ଣ୍ଣଚରଣ ସାହୁ,ଶିକ୍ଷକ ରାମଚନ୍ଦ୍ର ମଲିକ, ସ୍ବେଛାସେବୀ ରବୀନ୍ଦ୍ର କର୍ଣ୍ଣ, ଋଷି ରଣା ଯୋଗଦେଇ ଧୂପ,ପୁଷ୍ପ ଓ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ |ପରେ ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା |କାର୍ଯ୍ୟକ୍ରମ ପରିଚାଳନା ରେ କେନ୍ଦ୍ରର ସଂଯୋଜକ ସୁଭାଶିଷ ମଲିକ, ଚିନ୍ମୟ ପାଣ୍ଡେ, ସୁମନ୍ତ ମଲିକ ସହଯୋଗ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ |

What's Your Reaction?

like

dislike

love

funny

angry

sad

wow