ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାମାଳ : ଲୋକ ଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରିଥିବା ବେଳେ ଅଭିଯୁକ୍ତ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ୍ କଣ୍ଟାମାଳ ଥାନା ସାନରୁଣ୍ତୀମହୁଲ ଗ୍ରାମ ରାସ୍ତା ଛକରେ ଜଣେ ଯୁବକ ବସ୍ତାରେ କିଛି ଜିନିଷ ଧରି ଅଟକି ଥିବା ବେଳେ ସନ୍ଦେହରେ ଯାଞ୍ଚ କରିଥିଲେ | ଯାଞ୍ଚ ପରେ ବସ୍ତାରୁ ଗଞ୍ଜେଇ ଜବତ୍ କରିଥିବା ବେଳେ ଘଟଣାରେ ସଂପୃକ୍ତ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ଜବତ ଗଞ୍ଜେଇର ପରିମାଣ ୯:୫ କେଜି ହୋଇଥିବା ବେଳେ ଗିରଫ ମାଫିଆ ଜଣକ ହେଲେ କଣ୍ଟାମାଳ ଥାନା ସେଲାମାଲ ଗ୍ରାମର ଗତିକୃଷ୍ଣ ମହାକୁଡ (୨୨) ବୋଲି ବିଭାଗ ପକ୍ଷରୁ ଜଣା ପଡ଼ିଛି | କଣ୍ଟାମାଳ ଅବକାରି ବିଭାଗ ପକ୍ଷରୁ ୫୪/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି | ଏହି ଚଢ଼ାଉରେ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ସଞ୍ଜୟ ସେଠୀ ,ଶୁକେଶିନି କୁଜ୍ଜୁର୍, ଶ୍ରୀକାନ୍ତ ବେହେରା, ଆନନ୍ଦ ମେହେର ପ୍ରମୁଖ ସାମିଲ ଥିଲେ |
What's Your Reaction?






